ଆଇପିଏସ୍ ସ୍ତରରେ ଅଦଳ ବଦଳ

ଭୁବେନଶ୍ୱର: ବରିଷ୍ଠ ଆଇପିଏସ୍ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ ହୋଇଛି। ବିଜୟ କୁମାର ଶର୍ମାଙ୍କୁ  ହୋମଗାର୍ଡ ଓ  ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଦିଆଯାଥିବା ବେଳେ ଦେବାଶିଷ ପାଣିଗ୍ରାହୀ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ସନ୍ତୋଷ ଉପାଧ୍ୟାୟଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି, ସତ୍ୟଜିତ ମହାନ୍ତିଙ୍କୁ ଏଡିଜି, ପ୍ରୋଭିଜନିଂ ଓ ବିନୟାନନ୍ଦ ଝାଙ୍କୁ ଜେଲ ବିଭାଗ ଏଡିଜି ଭାବେ ଦାୟିତ୍ୱ ମିଳିଛି। ସହିପରି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ରେଳବାଇ ଏଡିଜି, ଅରୁଣ କୁମାର ରାୟଙ୍କୁ ଏଡିଜି […]

images

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 09:15 PM IST

ଭୁବେନଶ୍ୱର: ବରିଷ୍ଠ ଆଇପିଏସ୍ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ ହୋଇଛି। ବିଜୟ କୁମାର ଶର୍ମାଙ୍କୁ  ହୋମଗାର୍ଡ ଓ  ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଦିଆଯାଥିବା ବେଳେ ଦେବାଶିଷ ପାଣିଗ୍ରାହୀ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ସନ୍ତୋଷ ଉପାଧ୍ୟାୟଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି, ସତ୍ୟଜିତ ମହାନ୍ତିଙ୍କୁ ଏଡିଜି, ପ୍ରୋଭିଜନିଂ ଓ ବିନୟାନନ୍ଦ ଝାଙ୍କୁ ଜେଲ ବିଭାଗ ଏଡିଜି ଭାବେ ଦାୟିତ୍ୱ ମିଳିଛି।

ସହିପରି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ରେଳବାଇ ଏଡିଜି, ଅରୁଣ କୁମାର ରାୟଙ୍କୁ ଏଡିଜି କମ୍ୟୁନିକେସନ, ସୁଧାଂଶୁ ଷଡଙ୍ଗୀଙ୍କୁ ଏସ୍‌ସିଆରବି ନିର୍ଦ୍ଦେଶକ, ଲଳିତ ଦାସଙ୍କୁ ସିଏମ୍‌ଡି ପୋଲିସ ହାଉସିଂ ବୋର୍ଡ ଓ ସନ୍ତୋଷ ବାଲାଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ୱ ମିଳିଛି। ସେହିପରି ଅରୁଣ ବୋଥ୍ରାଙ୍କୁ ଆଇଜି, ଆଧୁନିକୀକରଣ, ଅସିତ ପାଣିଗ୍ରାହୀଙ୍କୁ ଆଇଜି, ହେଡକ୍ୱାର୍ଟର୍ସ, ଅମିତାଭ ଠାକୁରଙ୍କୁ ଆଇଜି, ଆଇନ ଶୃଙ୍ଖଳା, ରାଜେଶ କୁମାରଙ୍କୁ ଆଇଜି, ହୋମଗାର୍ଡ ଓ ଅଗ୍ନିଶମ, ନିଖିଲ କାନୋଡ଼ଇାଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି   ଏବଂ ସଂଜୟ କୁମାର କୌଶଲଙ୍କୁ ଭିଜିଲାନ୍ସ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଛି।

Related story