ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ କଟକଣାକୁ ଆହୁରି ବଢ଼ାଇଲେ ରାଜ୍ୟ ସରକାର। ରେସ୍ତୋରାଁ, ବାର, କଫି ସପ, କ୍ୟାଣ୍ଟିନ ସହ ଅଧିକ ପରିମାଣରେ ଲୋକ ଏକାଠି ହେଉଥିବା ଖାଇବ ଷ୍ଟଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ପରବର୍ତ୍ତୀ ଆଦେଶ ଯାଏଁ ଏସବୁକୁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ହୋଟେଲମାନଙ୍କରେ ଥିବା ରେଷ୍ଟୁରାଣ୍ଟରେ ୨ ମିଟରର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି। ସବୁ ସପିଂ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ବିକିବେ। ଯଥା ଗ୍ରୋସେରୀ, ପରିବା, ମାଛ, ମାଂସ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ। ସେହିଭଳି ‘କରୋନା’ ସଂପର୍କିତ ମିଟିଂ ବ୍ୟତୀତ ସବୁ ସରକାରୀ ବୈଠକ ବାତିଲ୍ କରାଯାଇଛି। ବୈଠକରେ ୨ ମିଟର ଦୂରତ୍ୱ ବଜାୟ ରଖାଯିବାକୁ ନିର୍ଦ୍ଦେଶ ରହିଛି। କ୍ୟାବିନେଟ, ମସ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନଫରେନସିଂରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।