ରଜ ପାଇଁ କଟକଣା ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ଉପକୂଳ ଓଡ଼ିଶାର ଗଣପର୍ବ ରଜ। ହେଲେ ଏହି ପର୍ବରେ ସାମାଜିକ ଦୂରତ୍ୱ କଟକଣା ଗୁରୁତର ପ୍ରଭାବିତ ହେବା ଆଶଙ୍କା ଥିବାରୁ ସଜାଗ ହୋଇଛି ପ୍ରଶାସନ। ସମ୍ଭାବ୍ୟ ଜନସମାଗମକୁ ଦୃଷ୍ଟିରେ ରଖି ବରୁଣେଇ, ଉଗ୍ରତାରା, ବାଲି ହରଚଣ୍ଡୀ ଭଳି ପୀଠରେ ରଜପାଇଁ ୧୪୪ ଧାରା ଲାଗୁ କରାଯାଇଥିଲା ବେଳେ କେନ୍ଦୁଝରରେ ଆସନ୍ତା ୧୬ ତାରିଖ ଯାଏ ମହୋତ୍ସବ ଆୟୋଜନ ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି। ଅନ୍ୟପଟେ ଗୋଟିଏ ରଜ ପାଇଁ […]

raja1

Ranjit Kumar Jena
  • Published: Thursday, 11 June 2020
  • , Updated: 11 June 2020, 08:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ଉପକୂଳ ଓଡ଼ିଶାର ଗଣପର୍ବ ରଜ। ହେଲେ ଏହି ପର୍ବରେ ସାମାଜିକ ଦୂରତ୍ୱ କଟକଣା ଗୁରୁତର ପ୍ରଭାବିତ ହେବା ଆଶଙ୍କା ଥିବାରୁ ସଜାଗ ହୋଇଛି ପ୍ରଶାସନ। ସମ୍ଭାବ୍ୟ ଜନସମାଗମକୁ ଦୃଷ୍ଟିରେ ରଖି ବରୁଣେଇ, ଉଗ୍ରତାରା, ବାଲି ହରଚଣ୍ଡୀ ଭଳି ପୀଠରେ ରଜପାଇଁ ୧୪୪ ଧାରା ଲାଗୁ କରାଯାଇଥିଲା ବେଳେ କେନ୍ଦୁଝରରେ ଆସନ୍ତା ୧୬ ତାରିଖ ଯାଏ ମହୋତ୍ସବ ଆୟୋଜନ ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି। ଅନ୍ୟପଟେ ଗୋଟିଏ ରଜ ପାଇଁ ଜୀବନ ବିପନ୍ନ ନକରି ଘରେ ରହି ରଜ ପାଳିବାକୁ ପରାମର୍ଶ ଦେଇଛନ୍ତି ସରକାର।

କେନ୍ଦୁଝରରେ ୧୧ରୁ ୧୬ ତାରିଖ ଯାଏ ରଜ ଦୋଳି, ମେଳା ଓ ମହୋତ୍ସବ ଆଦିରେ ରୋକ୍ ଲାଗିଛି। ଏହି ସମୟରେ ଅତ୍ୟାବଶ୍ୟକ ଜିନଷ ଦୋକାନ ସକାଳ ୭ରୁ ସନ୍ଧ୍ୟା ୭ ଯାଏ ଖୋଲା ରହିବା ବେଳେ ଅନ୍ୟ ସବୁ ଦୋକାନ ସକାଳ ୭ରୁ ଅପରାହ୍ନ ୨ଟା ଯାଏ ଖୋଲା ରହିବ। ହେଲେ ଜିଲ୍ଲାର ଏହି ଗଣପର୍ବକୁ କରୋନା ଆଳରେ ବନ୍ଦ କରାଯିବାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି।

ଦୋଳି ଖେଳରେ ଏମିତି ବି ସାମାଜିକ ଦୂରତା ରକ୍ଷା କରାଯାଇଥାଏ। ଏଣୁ କାହାରି ସାଙ୍ଗରେ ବିନା ଆଲୋଚନାରେ ଏପରି ବନ୍ଦ କରିବା ଠିକ ନୁହେଁ। କାରଣ ଏଠି ଲୋକମାନେ ଏକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ଏଣୁ ଏବେ ବି ସମୟ ଅଛି ଏହାର ପୁନଃ ବିଚାର କରାଯାଉ ବୋଲି ଅନେକେ ମତ ଦେଇଛନ୍ତି।

ସେହିପରି ଖୋର୍ଦ୍ଧାର ବରୁଣେଇ, ଟାଙ୍ଗିର ଉଗ୍ରତାରା, ବ୍ରହ୍ମଗିରିର ବାଲି ହରଚଣ୍ଡୀ ପୀଠରେ ମଧ୍ୟ ସମ୍ଭାବ୍ୟ ଜନସମାଗମ ରୋକିବାକୁ ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ସେହିପରି ଶନିବାର ଓ ରବିବାର ସଟଡାଉନ୍ ଥିବାରୁ ରଜ ପାଇଁ ରାଜଧାନୀ ଭୁବନେଶ୍ୱରରେ କିଣାକିଣି ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି।

ଭୁବନେଶ୍ୱର ମାର୍କେଟ୍ କମ୍ପ୍ଲେକ୍ସରେ ସାମାଜିକ ଦୂରତ୍ୱ କଟକଣାର ଆଜି ଧଜିଆ ଉଡ଼ିଥିଲା। ନା ବ୍ୟବସାୟୀ ମାନିଥିଲେ, ନା ଗ୍ରାହକ। ଏଭଳି ସ୍ଥିତିରେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଏମସି କିଛି ବ୍ୟବସାୟ ପ୍ରତିଷ୍ଠାନ ଓ ଛୋଟ ଦୋକାନକୁ ସିଲ୍ କରିଛି।

Related story