ପର୍ବପର୍ବାଣୀ ପାଳନ ଉପରେ ଲାଗୁ ହେଲା କଟକଣା, ଗହଳିକୁ ନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଥରେ କାୟା ମେଲାଇବାକୁ ଆରମ୍ଭ କଲାଣି କରୋନା ମହାମାରୀ। ଦୈନିକ ସଂକ୍ରମଣ ଏବେ ଉପରମୁହାଁ ଥିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ତେଣୁ ଆଗକୁ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଅଧିକ ଗହଳି ଏଡ଼ାଇବାକୁ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)। ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା ଓ ଦଣ୍ଡ ଯାତ୍ରା ଆଦି ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ […]

jhamu-yatra

jhamu-yatra

Niharika Rout
  • Published: Friday, 26 March 2021
  • Updated: 26 March 2021, 03:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଥରେ କାୟା ମେଲାଇବାକୁ ଆରମ୍ଭ କଲାଣି କରୋନା ମହାମାରୀ। ଦୈନିକ ସଂକ୍ରମଣ ଏବେ ଉପରମୁହାଁ ଥିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ତେଣୁ ଆଗକୁ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଅଧିକ ଗହଳି ଏଡ଼ାଇବାକୁ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)।

ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା ଓ ଦଣ୍ଡ ଯାତ୍ରା ଆଦି ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନ ସମେତ ଲୋକ ଗହଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମନ୍ଦିର ଓ ଚର୍ଚ୍ଚରେ କେବଳ ନୀତି ପାଳନ କରାଯାଇପାରିବ। ସ୍ଥାନୀୟ ସ୍ଥିତିକୁ ଦେଖି ଜିଲ୍ଲାପାଳ ଓ କମିଶନର ଆବଶ୍ୟକ କଟକଣା ଲଗାଇବେ। କେତେ ଶ୍ରଦ୍ଧାଳୁ ମନ୍ଦିର ବା ଚର୍ଚ୍ଚ ଯାଇପାରିବେ ତାହା ନିର୍ଦ୍ଧାରଣ କରିବେ ଜିଲ୍ଲାପାଳ।

ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି

ଉତ୍କଳ ଦିବସ ପାଳନ ନେଇ ମଧ୍ୟ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଉତ୍କଳ ଦିବସ ସମାରୋହରେ ଅଧିକ ଗହଳିକୁ ବାରଣ କରାଯାଇଛି।ସଭାରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ଦିଆଯିବ। ସଭାରେ ସାମାଜିକ ଦୂରତ୍ୱ, ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ ହେବ। କୌଣସି ଅନୁଷ୍ଠାନ ସଭା କରିବାକୁ ଚାହିଁଲେ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ।

ସୂଚନାଯୋଗ୍ୟ,  ଗତ ଶୁକ୍ରବାର ଠାରୁ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ପୁଣି ଉପର ମୁହାଁ ହୋଇଛି। ଚାରି ଦିନ ଏହି ସଂଖ୍ୟା ୧୦୦ ଉପରେ ରହିବା ପରେ ଗତକାଲି ୨୦୦ ଟପିଥିଲା। ଆଜି ଏହି ସଂଖ୍ୟା ୨୩୪ ଛୁଇଁଛି। କଟକ, ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ସ୍ଥାନରେ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos