ପୂର୍ବ ସୂଚନାରେ ଟିକା ଦାନ କେନ୍ଦ୍ରକୁ ଯିବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢ଼ୁଥିବାବେଳେ ସାମୁହିକ ଟିକାକରଣ ପାଇଁ ଏବେ ବିଭିନ୍ନ ସ୍ଥାନରେ ଅସମ୍ଭବ ଭିଡ଼ ଲାଗି ରହିଛି। ଇତିମଧ୍ୟରେ ଟିକା ଅଭାବରୁ ୯ଟି ଜିଲ୍ଲାରେ ଟିକାଦାନ ବନ୍ଦ ହୋଇଥିବାବେଳେ ବିନା ମୋବାଇଲ ମେସେଜ୍ କିମ୍ବା ପୂର୍ବ ସୂଚନା ନଥିଲେ ଟିକାଦାନ କେନ୍ଦ୍ରକୁ ନଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲକଡାଉନର ପ୍ରଥମ ଦିନର ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷାପରେ ରାଜ୍ୟବ୍ୟାପୀ ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ […]

vaccination

vaccination

Ordigital Desk
  • Published: Wednesday, 05 May 2021
  • Updated: 05 May 2021, 10:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢ଼ୁଥିବାବେଳେ ସାମୁହିକ ଟିକାକରଣ ପାଇଁ ଏବେ ବିଭିନ୍ନ ସ୍ଥାନରେ ଅସମ୍ଭବ ଭିଡ଼ ଲାଗି ରହିଛି। ଇତିମଧ୍ୟରେ ଟିକା ଅଭାବରୁ ୯ଟି ଜିଲ୍ଲାରେ ଟିକାଦାନ ବନ୍ଦ ହୋଇଥିବାବେଳେ ବିନା ମୋବାଇଲ ମେସେଜ୍ କିମ୍ବା ପୂର୍ବ ସୂଚନା ନଥିଲେ ଟିକାଦାନ କେନ୍ଦ୍ରକୁ ନଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଲକଡାଉନର ପ୍ରଥମ ଦିନର ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷାପରେ ରାଜ୍ୟବ୍ୟାପୀ ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ କରି ଆସନ୍ତା ୬ରୁ ୭ଦିନ ମଧ୍ୟରେ କରୋନା ସଂକ୍ରମଣ ହାରକୁ ନିୟନ୍ତ୍ରଣାଧୀନ କରିବାକୁ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ୍ ସମୟରେ ଟିକାକରଣ, ସ୍ୱାସ୍ଥ୍ୟସେବା କୋଭିଡ୍ ପରୀକ୍ଷା ଓ ଜରୁରୀ ସେବା ସହ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହୁଛି। ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ପନିପରିବା, ରାସନ ସାମଗ୍ରୀ ଦୋକାନ ଆଦି ଖୋଲା ରହୁଛି। ତେଣୁ ପନିପରିବା, ମାଛ, ମାଂସ ଓ ତେଜରାତି ସାମଗ୍ରୀ ପାଇଁ ଦୋକାନଗୁଡ଼ିକ ଆଗରେ ଭିଡ଼ ନକରିୀବାକୁ ତାଗିଦ୍ କରାଯାଇଛି। ପୂର୍ବରୁ ସୂଚନା ପାଇନଥିବା ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ର ଆଗରେ ଅଯଥା ଭିଡ଼ ନଜମାଇବା ପାଇଁ ମଧ୍ୟ କୁହାଯାଇଛି । ସାଧାରଣ ଲୋକଙ୍କୁ ମାଇକ ଯୋଗେ ଏନେଇ ସଚେତନ କରାଇବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିବା ସହ ଭିଡ଼ ଜମୁଥିବା ବିଭିନ୍ନ ସ୍ଥାନ ବୁଲି ଦେଖିବାକୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ଏସଆରସି ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପୁଲିସ ଡିଜି ଅଭୟ, ଭୁବନେଶ୍ୱର-କଟକ ପୁଲିସ କମିଶନର, ବିଏମସି କମିଶନର, କଟକ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos