କଟକ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ମାତ୍ ଦେବା ପାଇଁ ଚଳିତ ବର୍ଷ ଦୁର୍ଗା ପୂଜାରେ ଲାଗୁ ହୋଇଥିବା କଟକଣା କାଳୀ ପୂଜାରେ ମଧ୍ୟ ଲାଗୁ ହେବ। ବିଧି ରକ୍ଷା ନିମନ୍ତେ କେବଳ ନିରାଡମ୍ବର ଭାବେ ପୂଜା ପାଳନ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।
ଡିସିପିଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କାଳୀ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବନି। ନାଚ ଗୀତ ଓ ବାଣ ଫୁଟାଇବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି। ଭସାଣ ବେଳେ ଶୋଭାଯାତ୍ରା ନେଇ ଅନୁମତି ମିଳିବ ନାହିଁ।
ଭସାଣ ବେଳେ ପ୍ରତି ପୂଜା ସ୍ଥଳିରୁ ସର୍ବାଧିକ ୭ ଜଣ ଭାଗ ନେଇପାରିବେ। ମୂର୍ତ୍ତି ବିସର୍ଜନ ପାଇଁ ୧୧ଟି କୃତ୍ରିମ ପୋଖରୀର ବ୍ୟବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ପୁଲିସ୍ ମୁତୟନ ରହିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ; ଫଟୋ ଭାଇରାଲ
ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା।
Politics
‘ଚାଉଳ ହିତାଧିକାରୀଙ୍କ ଭିତରେ ଥିଲେ ୧.୭୭ ଲକ୍ଷ ଭୂତ’
ଏବେବି ୬ ଲକ୍ଷ ୧୯ ହଜାର ୮ ଶହ ୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଥିବା ମନ୍ତ୍ରୀ କହିଛନ୍ତି।
Crime
ଖଳାରୁ ଧାନ ଚୋରି କରୁଥିଲେ; ମାଡ଼ି ବସିଲେ ଗ୍ରାମବାସୀ
କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଚୋରମାନେ ଉତ୍ପାତ ଚଳାଇଥିବା ବେଳେ ମିନିଟ୍ରକରେ ବୋହି ଧାନ ନେଇଯାଉଥିବା ଅଭିଯୋଗ ଆସିଥିଲା।
Miscellaneous
କାର୍ଯ୍ୟରେ ଯୋଗଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ
ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ମାସ ଛୁଟିରେ ପଳାଇଥିଲେ ସୁଜାତା।