ଦେଶ ପାଇଁ ସୈନିକ ଗଢ଼ୁଛନ୍ତି ହୁସେନ୍

ଯାଜପୁର (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ସେନାଅଧିକାରୀଙ୍କ ଅଭିନବ ପ୍ରୟାସ। ୬୪ ବର୍ଷ ବୟସରେ ବି ଶତ୍ରୁକୁ ଜବାବ ଦେବାପାଇଁ ପ୍ରସ୍ତୁତ। ଦେଶର ସୁରକ୍ଷା ପାଇଁ ଚଳାଇଛନ୍ତି ଉଦ୍ୟମ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଂଚଳର ଅବସରପ୍ରାପ୍ତ ସେନାଧିକାରୀ ଅକତର ହୁସେନ ଖାନ୍‌। ଦୀର୍ଘଦିନ ଧରି ଦେଶର ସେବା କରିବା ପରେ ଏବେ ଯୁବପିଢିଙ୍କୁ ତାଲିମ ଦେବାରେ ବ୍ୟସ୍ତ ରହିଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର ଅଖତର ହୁସେନ ଖାଁ। ସେ ପ୍ରତିଦିନ ଯାଜପୁରର ବ୍ରହ୍ମବରଦା […]

akter

Ranjit Kumar Jena
  • Published: Tuesday, 03 November 2020
  • , Updated: 03 November 2020, 01:34 PM IST

ଯାଜପୁର (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ସେନାଅଧିକାରୀଙ୍କ ଅଭିନବ ପ୍ରୟାସ। ୬୪ ବର୍ଷ ବୟସରେ ବି ଶତ୍ରୁକୁ ଜବାବ ଦେବାପାଇଁ ପ୍ରସ୍ତୁତ। ଦେଶର ସୁରକ୍ଷା ପାଇଁ ଚଳାଇଛନ୍ତି ଉଦ୍ୟମ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଂଚଳର ଅବସରପ୍ରାପ୍ତ ସେନାଧିକାରୀ ଅକତର ହୁସେନ ଖାନ୍‌। ଦୀର୍ଘଦିନ ଧରି ଦେଶର ସେବା କରିବା ପରେ ଏବେ ଯୁବପିଢିଙ୍କୁ ତାଲିମ ଦେବାରେ ବ୍ୟସ୍ତ ରହିଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଅଫିସର ଅଖତର ହୁସେନ ଖାଁ।

ସେ ପ୍ରତିଦିନ ଯାଜପୁରର ବ୍ରହ୍ମବରଦା କଲେଜରେ ପ୍ରାୟ ୪୦ରୁ ସ୍ଥାନୀୟ ଯୁବକଙ୍କୁ ଫିଟନେସ ଟ୍ରେନିଂ ଦେଉଛନ୍ତି। ଏଥିପାଇଁ କିନ୍ତୁ ସେମାନଙ୍କ ଠାରୁ ଟଙ୍କାଟିଏ ବି ପାରଶ୍ରମିକ ନିଅନ୍ତି ନାହିଁ। କେବଳ ଏତିକି ନୁହେଁ ସପ୍ତାହକୁ ୪ଦିନ ଯୁବକମାନଙ୍କୁ ଫିଟନେସ ଟ୍ରେନିଂ ସହ ଗୋଟିଏ ଦିନ ଯୋଗ, ପ୍ରାଣାୟାମ ଶିଖାଇଥାନ୍ତି। ରବିବାର କିମ୍ବା ଛୁଟି ଦିନରେ ବିଭିନ୍ନ ମନ୍ଦିର, ମସଜିଦ କିମ୍ବା ସ୍କୁଲ ପରିସରକୁ ଯାଇ ଅଖତରଙ୍କ ନେତୃତ୍ୱରେ ଯୁବକମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥାନ୍ତି।

୨୦୧୮ମସିହାରେ ଅବସର ନେବା ପରେ ଅକତର ହୁସେନ ଗାଁକୁ ଫେରିଥିଲେ। ଗ୍ରାମାଂଚଳରେ ଯୁବକମାନଙ୍କ ମଧ୍ୟରେ ସମାଜ ପ୍ରତି କର୍ତବ୍ୟ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ଏନେଇ ବ୍ରହ୍ମବରଦା ମହାବିଦ୍ୟାଳୟ ଖେଳ ପଡିଆରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଏବେ ୪୦ରୁ ଅଧିକ ଯୁବକଙ୍କୁ ସେ ସେନାରେ ଜଣେ ପ୍ରକୃତ ଯୋଦ୍ଧା ଭାବରେ ଭର୍ତି ହେବା ପାଇଁ ଦୌଡ଼କୁଦ ସାଙ୍ଗକୁ ବାୟାମ, ଫିଟନେସ୍, ଯୋଗ, ପ୍ରାଣାୟାମ, ସମାୟାନୁବର୍ତ୍ତିତା, ଶୃଙ୍ଖଳା ଓ ସାଧାରଣ ଜ୍ଞାନ ଭଳି ତାଲିମ ଜାରି ରଖିଛନ୍ତି।

ସେନାରେ ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ରହିଥିବା ବେଳେ ତାଙ୍କର ତାଲିମ ସ୍ଥାନୀୟ ଅଂଚଳର ଯୁବକ ମାନଙ୍କ ମଧ୍ୟରେ ଆହୁରି ଉସିାହ ସୃଷ୍ଟି କରୁଛି। ତାଙ୍କ ଠାରୁ ତାଲିମ ପାଇ ଅନେକ ପୋଲିସ ଓ ସେନାରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ତାଙ୍କ ତାଲିମ କେବଳ ଚାକିରୀ ପାଇଁ ନୁହେଁ ବରଂ ସମାଜରେ ଜଣେ ଶୃଙ୍ଖଳିତ ନାଗରିକ ଭାବେ ଠିଆ ହେବା ତାଙ୍କର ମୂଳ ଲକ୍ଷ୍ୟ।

Related story