ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଏବେ ଡାକ୍ତରୀ ଛାତ୍ର

ବରଗଡ଼(ଓଡ଼ିଶା ରିପୋର୍ଟର ): ଶିକ୍ଷା ପାଇଁ ଯେ ବୟସ ବାଧକ ନୁହେଁ, କେବଳ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ। ଏହାକୁ ସତ ପ୍ରମାଣିତ କରି ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟକିଶୋର ପ୍ରଧାନ  । ୬୪ ବର୍ଷ ବୟସ୍କ ଜୟକିଶୋର ଏବେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର । ୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ବୁର୍ଲା ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ […]

ddd

ddd

Niharika Rout
  • Published: Friday, 25 December 2020
  • Updated: 25 December 2020, 12:23 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର ): ଶିକ୍ଷା ପାଇଁ ଯେ ବୟସ ବାଧକ ନୁହେଁ, କେବଳ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ। ଏହାକୁ ସତ ପ୍ରମାଣିତ କରି ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟକିଶୋର ପ୍ରଧାନ  । ୬୪ ବର୍ଷ ବୟସ୍କ ଜୟକିଶୋର ଏବେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ।

୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ବୁର୍ଲା ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ଏପରି ପରିଣତ ବୟସରେ  ଜଣେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତରୀ ଶିକ୍ଷା ଇତିହାସରେ ଏହା ଏକ ବିରଳ ଘଟଣା ବୋଲି ଭିମସାରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

୬୪ ବର୍ଷରେ ମେଡିକାଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା  ଜୟକିଶୋର କହିଛନ୍ତି, ୧୯୭୪ ମସିହାରେ ପ୍ରି-ୟୁନିଭରସିଟି ପରୀକ୍ଷା ପାସ୍‌ କଲି। ସେତେବଳେ ଷ୍ଟେଟ ମେଡିକାଲ ଏଣ୍ଟ୍ରାନ୍ସ ଦେଇ ବିଫଳ ହୋଇଥିଲି। ଏହାପରେ ବିଏସସି ପଢ଼ି  ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରୀ କଲି।

ଇତି ମଧ୍ୟରେ ୧୯୮୨ ମସିହାରେ ବାପାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭିମସାରରେ ଆଡମିଶନ କଲି । ସେଠାରେ ଚିକିତ୍ସା ପରେ ସେ ଭଲ ହେଲେ। ହେଲେ ୫ ବର୍ଷ ପରେ ଆଉ ଥରେ ଅସୁସ୍ଥ ହେଲେ। ଏହାପରେ ଭିମସାରରେ ତାଙ୍କ ଅପରେସନ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସଫଳ ହୋଇ ନ ଥିଲା। ଏହାପରେ ତାଙ୍କୁ ଭେଲୋର ନେଇ ଯାଇଥିଲି। ସେଠାରେ ଚିକିତ୍ସା ପରେ ସେ ଭଲ ହେଲେ। ଏହାପରେ ୨୦୧୦ ମସିହାରେ ସେ ଆଖି ବୁଜିଲେ। ବାପାଙ୍କ ଚିକିତ୍ସା ସହ ଦୀର୍ଘ ବର୍ଷ ଜଡ଼ିତ ରହିବାରୁ ଡାକ୍ତରୀ ହେବା ପାଇଁ ମନ ଭିତରେ ଉତ୍ସାହ ଜାଗ୍ରତ ହୋଇଥିଲେ ମଧ୍ୟ କର୍ମବ୍ୟସ୍ତତା ମଧ୍ୟରେ ସୁଯୋଗ ମିଳି ନ ଥିଲା।

ଇତି ମଧ୍ୟରେ ମୁଁ  ଅବସର ନେଇ ସାରିଥିବା ବେଳେ ମୋର ଯାଆଁଳା ଝିଅ ବିଡିଏସ୍‌‌ ପଢ଼ୁଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶଃତ ସେମାନଙ୍କ ମଧ୍ୟରୁ ଜଣେ ନଭେମ୍ବର ୨୦ ତାରିଖରେ  ଆଖି ବୁଜିଦେଇଛି। ଏହା ମୋତେ ଏକ ଶକ୍ତ ଧକ୍କା ଦେଇଛି। ମୁଁ ମେଡିକାଲ ପଢ଼େ ବୋଲି ମରିବା ପୂର୍ବରୁ ମୋ ଝିଅର ପ୍ରବଳ  ଇଚ୍ଛା ଥିଲା। ମେଡିକାଲ ପଢ଼ିବା ନିମନ୍ତେ ବୟସ ସୀମା ଉଠିଯାଇଥିବାରୁ ପରୀକ୍ଷା ଦେବାକୁ ସେ ମୋତେ ପ୍ରବର୍ତ୍ତାଉଥିଲା। ହେଲେ ସେ ଚାଲିଯିବାରୁ ତା’ ଇଚ୍ଛା ପୂରଣ କରିବାକୁ ମୁଁ ମେଡିକାଲ ପଢ଼ିବାକୁ ନିଷ୍ପତ୍ତି ନେଲି।

ମେଡିକାଲ ପଢ଼ିବା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ରାତିରାତି ପରିଶ୍ରମ କରି ମଧ୍ୟ ବିଫଳ ହେଉଛନ୍ତି। ଏହାପରେ ସେମାନେ ଅବସାଦଗ୍ରସ୍ତ ହୋଇଯାଉଛନ୍ତି। ତେଣୁ ଏପରି ପିଲାଙ୍କୁ ପରାମର୍ଶ ଦେବାକୁ ଯାଇ ଜୟକିଶୋର କହିଛନ୍ତି, କେବେ ବି ଧୈର୍ଯ୍ୟହରା ହେବା ଉଚିତ ନୁହେଁ। ନିଜ ଲକ୍ଷ୍ୟ ପୂରଣ ପାଇଁ ଅନବରତ ଚେଷ୍ଟା ଜାରି ରଖିବା ସହ ଏହା ହାସଲ ନ ହେବା ପର୍ଯ୍ୟନ୍ତ ଶାନ୍ତିରେ ଶୋଇବା ଉଚିତ ନୁହେଁ।

ଜଣେ ଉତ୍ତମ ଡାକ୍ତର ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ଜୀବନର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଜୟକିଶୋର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story