ଟ୍ରେନ୍‌ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଲେଖିଦେଲେ- ମୋ’ ମୃତ୍ୟୁ ପାଇଁ ୪ ଜଣ ଦାୟୀ

ସମ୍ବଲପୁର( ସଞ୍ଜୟ ଜେନା):  ମାତ୍ର ୪ ମାସ ତଳେ ହାଇସ୍କୁଲର ପ୍ରଧାନଶିକ୍ଷକ ପକ୍ଷରୁ ଅବସର ଗ୍ରହଣ କରିଥିଲେ। ପାରିବାରିକ ଜୀବନରେ ସୁଖଶାନ୍ତି ସହ ଚଳିବା ବି ସ୍ୱଚ୍ଛଳ ଥିଲା । ହେଲେ ହଠାତ୍‌ ଘଟିଗଲା ଅଘଟଣ । ଆଜି ସକାଳୁ ସକାଳୁ ରେଳ ଧାରଣାରୁ ମିଳିଲା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ । ଏପରି ଚାଞ୍ଚଲ୍ୟକର ଘଟଣା ସମ୍ବଲପୁର ଜିଲ୍ଲା ସିଟି ଷ୍ଟେସନ ନିକଟରେ ଘଟିଛି । ମୃତ ଶିକ୍ଷକଜଣକ ହେଉଛନ୍ତି ଟାମ୍ପରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ । […]

pic

pic

Niharika Rout
  • Published: Tuesday, 18 October 2022
  • Updated: 18 October 2022, 10:43 AM IST

Sports

Latest News

ସମ୍ବଲପୁର( ସଞ୍ଜୟ ଜେନା):  ମାତ୍ର ୪ ମାସ ତଳେ ହାଇସ୍କୁଲର ପ୍ରଧାନଶିକ୍ଷକ ପକ୍ଷରୁ ଅବସର ଗ୍ରହଣ କରିଥିଲେ। ପାରିବାରିକ ଜୀବନରେ ସୁଖଶାନ୍ତି ସହ ଚଳିବା ବି ସ୍ୱଚ୍ଛଳ ଥିଲା । ହେଲେ ହଠାତ୍‌ ଘଟିଗଲା ଅଘଟଣ । ଆଜି ସକାଳୁ ସକାଳୁ ରେଳ ଧାରଣାରୁ ମିଳିଲା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ । ଏପରି ଚାଞ୍ଚଲ୍ୟକର ଘଟଣା ସମ୍ବଲପୁର ଜିଲ୍ଲା ସିଟି ଷ୍ଟେସନ ନିକଟରେ ଘଟିଛି । ମୃତ ଶିକ୍ଷକଜଣକ ହେଉଛନ୍ତି ଟାମ୍ପରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ।

କ୍ଷୀରୋଦ ନାଥ ଗତ ଜୁନ୍‌ ମାସରେ ନିଜ ଚାକିରିରୁ ଅବସର ନେଇଥିଲେ। ଆଜି ସକାଳେ ଏକ ସାଇକେଲ ଯୋଗେ ସିଟି ଷ୍ଟେସନ ନିକଟରେ ପହଞ୍ଚିଥିଲେ। ସେଠାରେ ସେ ସାଇକେଲ ଥୋଇଥିବା ବେଳେ ଅପରପାର୍ଶ୍ୱକୁ ଯାଇ ଚପଲ ଓ ଏକ ସୁଇସାଇଡ ନୋଟ ରଖିଥିଲେ। ଏହାପରେ ସେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ସୁଇସାଇଡ ନୋଟ ଜବତ କରିଛି। ଉକ୍ତ ସୁଇସାଇଡ ନୋଟରେ ଟାମ୍ପରକେଲା ହାଇସ୍କୁଲର ୪  କର୍ମଚାରୀଙ୍କ ନାଁ ଲେଖାଅଛି। ଏପରିକି ମୋ’ ଆତ୍ମହତ୍ୟା ପାଇଁ ଏହି ୪ ଜଣ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି କ୍ଷୀରୋଦ ନାଥ  । ଉକ୍ତ ୪ କର୍ମଚାରୀ ହେଲେ ଟାମ୍ପରକେଲା ହାଇସ୍କୁଲର  ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଞ୍ଜୀବ ପଟେଲ ।

କ୍ଷୀରୋଦ ନାଥଙ୍କ ସୁଇସାଇଡ ନୋଟରେ ଉଲ୍ଲେଖ ଅଛି, ମୋ’ ମୃତ୍ୟୁ ପାଇଁ ହାଇସ୍କୁଲର  ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଞ୍ଜୀବ ପଟେଲ ଦାୟୀ ଅଟନ୍ତି । ସେମାନେ ସଂଘବଦ୍ଧ ଭାବେ ଯୋଜନା କରି ମୋତେ ଫସାଇବାକୁ ଚେଷ୍ଟା କରୁଥିଲେ। ମୁଁ ଏହି ଖଳନାୟକମାନଙ୍କର ଶିକାର ହେଲି । ସୁବଳ ବାରିକ ଓ ଜଗଦିଶ ସାହୁ ଏହି ଷଡଯନ୍ତ୍ରୀର ମୁଖ୍ୟ ନାୟକ । ମୋ’ ସରଳତାର ସୁଯୋଗ ନେଇ ଅନେକ ସମୟରେ ସେମାନେ ମୋତେ ଅପଦସ୍ତ କରିଛନ୍ତି। ତେଣଉ ଏହି ଭଦ୍ରମୁଖାଧାରୀଙ୍କୁ ଉଚିତ ଶାସ୍ତି ମିଳୁ । ମୋର ପରିବାର ପ୍ରତି ଉଚିତ ନ୍ୟାୟ ବିଚାର କରାଯାଉ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। କ୍ଷୀରୋଦ ନାଥ ସ୍ଥାନୀୟ ଅଞ୍ଚଳର ଜଣେ ବୁଦ୍ଧୀଜୀବୀ ହୋଇଥିବା ବେଳେ ତାଙ୍କୁ ଉକ୍ତ ୪ ଜଣ କାହିଁକି ଓ କିପରି ଫସାଉଥିଲେ, ଏହାର ପଛରେ କାହା ସ୍ୱାର୍ଥ ଅଛି ତାହାର ତଦନ୍ତ ଆରମ୍ଭ ହୋଇଛି। ଏନେଇ କ୍ଷୀରୋଦ ନାଥଙ୍କ ପରିବାର ସଦସ୍ୟଙ୍କ ମତାମତ ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story