ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍ କରି ଦାବି କଲେ ଏତିକି ଟଙ୍କା

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ  ଆଇପିଏସ୍ ଅଧିକାରୀ ବିପିନ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକ୍‌ କରିବା ପରେ ଏହାକୁ ଠିକ୍ କରିବା ଲାଗି ହ୍ୟାକର ତାଙ୍କୁ ୨୦୦୦ ୟୁରୋ ବା ୧ ଲକ୍ଷ ୫୦ ହଜାର ଟଙ୍କା ବିଟ୍ କଏନ ଦାବି କରିଥିବା ନିଜେ ବିପିନ ବିହାରୀ ମିଶ୍ର ଅଭିଯୋଗ କରିଛନ୍ତି। ୪୮ ଘଣ୍ଟା ଭିତରେ ଟଙ୍କା ନ ଦେଲେ ଆକାଉଣ୍ଟରେ ଥିବା ଗୁପ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଦେବାକୁ ଧମକ ଦେଇଛନ୍ତି […]

909-1-1

909-1-1

Tapas Behera
  • Published: Sunday, 24 May 2020
  • Updated: 24 May 2020, 03:46 PM IST

Sports

Latest News

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ  ଆଇପିଏସ୍ ଅଧିକାରୀ ବିପିନ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକ୍‌ କରିବା ପରେ ଏହାକୁ ଠିକ୍ କରିବା ଲାଗି ହ୍ୟାକର ତାଙ୍କୁ ୨୦୦୦ ୟୁରୋ ବା ୧ ଲକ୍ଷ ୫୦ ହଜାର ଟଙ୍କା ବିଟ୍ କଏନ ଦାବି କରିଥିବା ନିଜେ ବିପିନ ବିହାରୀ ମିଶ୍ର ଅଭିଯୋଗ କରିଛନ୍ତି।

୪୮ ଘଣ୍ଟା ଭିତରେ ଟଙ୍କା ନ ଦେଲେ ଆକାଉଣ୍ଟରେ ଥିବା ଗୁପ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଦେବାକୁ ଧମକ ଦେଇଛନ୍ତି ହ୍ୟାକର୍। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ବିପିନ ମିଶ୍ର। ପୋଲିସ ସାଇବର ଥାନାର ସହଯୋଗ ନେଇ ତଦନ୍ତ ଚଳାଇଛି।

ଶ୍ରୀମିଶ୍ର ଓଟିଭିକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଯେ ତାଙ୍କ ୟାହୁ ଆକାଉଣ୍ଟର ପାସ୍‌ୱାର୍ଡ କେହି ଜଣେ ଚୋରି କରି ନେଇଛି। ଆକାଉଣ୍ଟ ହ୍ୟାକ୍ କରିବା ପରେ ଦୁର୍ବୃତ୍ତ ଜଣ ଗୋଟେ ମେସେଜ୍ ଦେଇଥିଲା। କହିଲା ଆପଣଙ୍କ ପାସ୍‌ୱାର୍ଡ ମୋ ପାଖରେ ରହିଛି। ତମର ଯେତେସବୁ କଣ୍ଟାକ୍ଟ ନମ୍ବର ଫେସ୍‌ବୁକ କଣ୍ଟାକ୍ଟ ସବୁ ମୋ ପାଖରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos