ସରଳ ହେବ ରାଜସ୍ୱ ଆଇନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଚଳିତ ବିଭିନ୍ନ ରାଜସ୍ୱ ଆଇନ ଗୁଡ଼ିକୁ ପରିବର୍ତ୍ତନ କରି କମନ୍ ରେଭିନ୍ୟୁ କୋଡ କରିବାକୁ ଚିନ୍ତା କରୁଛନ୍ତି ସରକାର। ବହୁଳ ରାଜସ୍ୱ ଆଇନ ଯୋଗୁଁ ଏ ସମ୍ପର୍କିତ ମାମଲା କୋର୍ଟ କଚେରିରେ ଫଇସଲା ହେବାରେ ବିଳମ୍ବ ହେଉଛି। ସେହି ଦୃଷ୍ଟିରୁ ୩୫ଟି ରାଜସ୍ୱ ଆଇନକୁ ଗୋଟିଏ ରାଜସ୍ୱ କୋଡ଼୍‌ରେ ଅନ୍ତର୍ଭୁକ୍ତ କରାଯିବ। ଆଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରାଯାଇ ତଦନୁସାରେ ଆଇନରେ ପରିବର୍ତ୍ତନ କରାଯିବ। ଆଗାମୀ ୬ ମାସ ମଧ୍ୟରେ […]

revenue coard may be change

Rakesh Mallick
  • Published: Tuesday, 06 March 2018
  • , Updated: 06 March 2018, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଚଳିତ ବିଭିନ୍ନ ରାଜସ୍ୱ ଆଇନ ଗୁଡ଼ିକୁ ପରିବର୍ତ୍ତନ କରି କମନ୍ ରେଭିନ୍ୟୁ କୋଡ କରିବାକୁ ଚିନ୍ତା କରୁଛନ୍ତି ସରକାର। ବହୁଳ ରାଜସ୍ୱ ଆଇନ ଯୋଗୁଁ ଏ ସମ୍ପର୍କିତ ମାମଲା କୋର୍ଟ କଚେରିରେ ଫଇସଲା ହେବାରେ ବିଳମ୍ବ ହେଉଛି। ସେହି ଦୃଷ୍ଟିରୁ ୩୫ଟି ରାଜସ୍ୱ ଆଇନକୁ ଗୋଟିଏ ରାଜସ୍ୱ କୋଡ଼୍‌ରେ ଅନ୍ତର୍ଭୁକ୍ତ କରାଯିବ। ଆଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରାଯାଇ ତଦନୁସାରେ ଆଇନରେ ପରିବର୍ତ୍ତନ କରାଯିବ। ଆଗାମୀ ୬ ମାସ ମଧ୍ୟରେ ଏହାର ଚୂଡ଼ାନ୍ତ ରୂପରେଖ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି। ଓଡ଼ିଶା ସର୍ଭେ ସେଟଲମେଣ୍ଟ ଆକ୍ଟ ଓ ମ୍ୟୁଟେସନ୍ ଆକ୍ଟ ଜବରଦଖଲ ଆଇନ୍ ପ୍ରଭୃତି ଆଇନକୁ ସରଳିକରଣ କରାଯାଇ ଏହି କୋଡ଼ରେ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Related story