ପୈତୃକ ସମ୍ପତ୍ତିରେ ଉତ୍ତରାଧିକାରୀଙ୍କୁ ହକ୍‌ ଦେବାକୁ ରାଜସ୍ୱ ବିଭାଗର ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ପଡ଼ି ରହିଥିବା ଜମିଜମା ବିବାଦର ସମାଧାନ ହେବ କି? ସହଜ ହେବ କି ଉତ୍ତରାଧିକାରୀଙ୍କୁ ସତ୍ତ୍ୱ ହସ୍ତାନ୍ତରଣ ? ଏସବୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆଣୁଛନ୍ତି ନୂଆ ନିୟମ। ପୈତୃକ ସଂପତ୍ତିରେ ଉତ୍ତରାଧିକାରୀଙ୍କୁ ହକ୍‌ ଦେବା ପାଇଁ ରାଜସ୍ୱ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି କରିଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ୧୯୯୦ ମସିହା ଅର୍ଥାତ ଦୀର୍ଘ ୩୨ ବର୍ଷ ଭିତରେ ଆଉ […]

Rice-Field

Rice-Field

Manoranjan Sial
  • Published: Tuesday, 04 October 2022
  • Updated: 04 October 2022, 09:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ଧରି ପଡ଼ି ରହିଥିବା ଜମିଜମା ବିବାଦର ସମାଧାନ ହେବ କି? ସହଜ ହେବ କି ଉତ୍ତରାଧିକାରୀଙ୍କୁ ସତ୍ତ୍ୱ ହସ୍ତାନ୍ତରଣ ? ଏସବୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆଣୁଛନ୍ତି ନୂଆ ନିୟମ। ପୈତୃକ ସଂପତ୍ତିରେ ଉତ୍ତରାଧିକାରୀଙ୍କୁ ହକ୍‌ ଦେବା ପାଇଁ ରାଜସ୍ୱ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି କରିଛି।

ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ୧୯୯୦ ମସିହା ଅର୍ଥାତ ଦୀର୍ଘ ୩୨ ବର୍ଷ ଭିତରେ ଆଉ ସେଟେଲ୍‌ମେଣ୍ଟ୍‌ ହୋଇନାହିଁ। ଯାହା ଫଳରେ ପୈତୃକ ସ୍ୱତ୍ତ୍ୱାଧିକାର ସେମାନଙ୍କ ଉତ୍ତରାଧିକାରୀଙ୍କ ପାଖକୁ ହସ୍ତାନ୍ତରଣରେ ସମସ୍ୟା ଉପୁଜିଛି। ପିଏମ୍‌ କିଷାନ ଭଳି ସରକାରୀ ଯୋଜନା, ଯେଉଁଥିରେ ଚାଷୀଙ୍କ ନାଁରେ ସ୍ୱତ୍ତ୍ୱ ବା ଜମିପଟା ଥିବାର ସର୍ତ୍ତାବଳି ରହୁଛି, ସେ କ୍ଷେତ୍ରରେ ଏସବୁ ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ। ସେହିପରି ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ଓ ବ୍ୟାଙ୍କରୁ ଋଣ ନେବାରେ ସମସ୍ୟା ହେଉଛି। ଉକ୍ତ ସଂପତ୍ତିର ରାଜସ୍ୱ ମଧ୍ୟ ଠିକଣା ଭାବେ ମିଳିପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଜମିର ମାଲିକାନା ପରିବର୍ତ୍ତନ ବେଳେ ରାଜସ୍ୱ ନିିରୀକ୍ଷକମାନେ ସଂପୂର୍ଣ୍ଣ ରାଜସ୍ୱ ସଂଗ୍ରହ କରି ଠିକଣା ସ୍ୱତ୍ତ୍ୱ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଚିଠିରେ ଲେଖାଯାଇଛି।

ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ରାଜସ୍ୱ ବିଭାଗର ଭୂ-ସଂସ୍କାର ଆଇନ୍‌ ୧୯୬୦ ଅନୁଯାୟୀ ଜମି ବଣ୍ଟନ ବେଳେ ସବୁ ଅଂଶୀଦାରମାନେ ସ୍ୱାକ୍ଷର ଦେଲେ, ଏହାର ବଣ୍ଟନ ହୋଇପାରିବ। ସେହି ଅନୁଯାୟୀ ପ୍ରଶାସନିକ ଅଧିକାରୀମାନେ ପୈତୃକ ସଂପତ୍ତିର ମାଲିକାନା ପରିବର୍ତ୍ତନ ଦିଗରେ ପଦକ୍ଷେପ ସ୍ୱତନ୍ତ୍ର ଅଭିଯାନ କରିବେ। ଏଥିଲାଗି ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ସ୍ୱତନ୍ତ୍ର କ୍ୟାମ୍ପକୋର୍ଟ ଜରିଆରେ ସତ୍ତ୍ୱ ଅଧିକାରକୁ ନେଇ ଥିବା ବିବାଦର ଅନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତରଣ ଦିଗରେ ପଦକ୍ଷେପ ଦେବେ ବୋଲି କୁହାଯାଇଛି। ଏପରିକି ରାଜସ୍ୱ ରଥ ଜରିଆରେ ଲୋକଙ୍କୁ ସଚେତନ କରି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଏବଂ ଜରୁରୀକାଳୀନ ଭିତ୍ତିରେ ଏ ସମସ୍ତ ବିବାଦର ସମାଧାନ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos