କୋଟିଆ ବୁଲିଲେ ରାଜସ୍ୱ ସଚିବ

କୋରାପୁଟ(ଓଡ଼ିଶା ରିପୋର୍ଟର): ରାଜସ୍ୱ ସଚିବ ସି. ଏସ. କୁମାର ଆଜି କୋଟିଆ ଗ୍ରାମ ପରିଦର୍ଶନ କରିଛନ୍ତି। ତାଙ୍କ ସହ କୋରାପୁଟ ଜିଲ୍ଲାପାଳ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ଥିଲେ। ଏହି ଟିମ୍‌ କୋଟିଆ ଗ୍ରାମପୁଞ୍ଜ ଯାଇ ଗ୍ରାମ ପଞ୍ଚାୟତ ଅଫିସ ଏବଂ ଆଦିବାସୀ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଟିମ୍‌ ଗ୍ରାମର ସରପଞ୍ଚ ଓ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ।

ଗତକାଲି ମଧ୍ୟ ଏହି ଟିମ୍ ଜିଲ୍ଲାର କୋଟପାଡ଼ ଏବଂ  ବୋରିଗୁମ୍ମା ବ୍ଲକର କେତେକ ଗାଁରେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବା ସହ  ତହସିଲ ଅଫିସରେ ସମୀକ୍ଷା କରିଥିଲେ।