ବାଇ ଇଲେକ୍ସନ ପୂର୍ବରୁ ବାଲେଶ୍ୱର ବିଜେଡିରେ ବିଦ୍ରୋହର ନିଆଁ, ଲିଭେଇବାକୁ ଯାଇଥିଲେ ପ୍ରତାପ ଦେବ

ବାଲେଶ୍ୱର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଗଳାରେ ଅଟକିଛି ବାଲେଶ୍ୱର କଣ୍ଟା । ଏଠାରେ ସ୍ୱରୂପ ଦାଶଙ୍କୁ ଦଳୀୟ ଟିକେଟ୍ ମିଳିବା ପରେ ଦଳ ଭିତରେ ସୃଷ୍ଟି ହୋଇଛି ବିଦ୍ରୋହ ଭଳି ସ୍ଥିତି । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପରିବାରରୁ କାହାକୁ ଟିକଟ୍ ଦାବିରେ ସମର୍ଥକମାନେ ବିକ୍ଷୋଭ ଜାରି ରଖିଛନ୍ତି। ଏହାରି ଭିତରେ କ୍ରାଇସିସ୍ ମ୍ୟାନେଜର୍ ଭାବେ ବାଲେଶ୍ୱର ଯାଇଥିବା ବରିଷ୍ଠ ନେତା ପ୍ରତାପ ଦେବ, ରବୀନ୍ଦ୍ରଙ୍କ ସହ ଦୁଇ ଘଣ୍ଟା ଆଲୋଚନା କରିବା ପରେ […]

7901

7901

Tapas Behera
  • Published: Tuesday, 13 October 2020
  • Updated: 13 October 2020, 08:18 PM IST

Sports

Latest News

ବାଲେଶ୍ୱର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଗଳାରେ ଅଟକିଛି ବାଲେଶ୍ୱର କଣ୍ଟା । ଏଠାରେ ସ୍ୱରୂପ ଦାଶଙ୍କୁ ଦଳୀୟ ଟିକେଟ୍ ମିଳିବା ପରେ ଦଳ ଭିତରେ ସୃଷ୍ଟି ହୋଇଛି ବିଦ୍ରୋହ ଭଳି ସ୍ଥିତି । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପରିବାରରୁ କାହାକୁ ଟିକଟ୍ ଦାବିରେ ସମର୍ଥକମାନେ ବିକ୍ଷୋଭ ଜାରି ରଖିଛନ୍ତି। ଏହାରି ଭିତରେ କ୍ରାଇସିସ୍ ମ୍ୟାନେଜର୍ ଭାବେ ବାଲେଶ୍ୱର ଯାଇଥିବା ବରିଷ୍ଠ ନେତା ପ୍ରତାପ ଦେବ, ରବୀନ୍ଦ୍ରଙ୍କ ସହ ଦୁଇ ଘଣ୍ଟା ଆଲୋଚନା କରିବା ପରେ ଘଟଣା  ସଂପର୍କରେ ସୁପ୍ରିମୋଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି । ଏଣେ ଗୋଳିଆ ପାଣିରୁ ଫାଇଦା ନେବା ଚକ୍କରରେ ଅଛନ୍ତି ବିଜେପି ଓ କଂଗ୍ରେସ୍।

ଗତକାଲି ବିଳମ୍ବିତ ରାତି ଯାଏଁ ରବୀନ୍ଦ୍ରଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଆଜି ମଧ୍ୟ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ଦଳୀୟ ନେତା ଓ କର୍ମୀମାନେ ଆସି ନିଜର  ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ୱରୁପଙ୍କୁ ପରିବର୍ତ୍ତନ କରି ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀ ସୁଭାଷିନୀ ଜେନାଙ୍କୁ ଟିକଟ୍ ଦେବାକୁ ସେମାନେ ଅଡ଼ି ବସିଛନ୍ତି । ଯାହାକୁ ନେଇ ବାଲେଶ୍ୱର ବିଜେଡିରେ ସୃଷ୍ଟି ହୋଇଛି ବିଦ୍ରୋହ ଭଳି ସ୍ଥିତି । ଏହାର କଂପନ ଭୁବନେଶ୍ୱର ଯାଏଁ ଅନୁଭୂତ ହେବାପରେ ବରିଷ୍ଠ ନେତା ପ୍ରତାପ ଦେବ୍ ପହଞ୍ଚିଥିଲେ।  ରବୀନ୍ଦ୍ର ଜେନାଙ୍କ ଅଫିସରେ ପ୍ରାୟ ଦୁଇ ଘଣ୍ଟା ଧରି ରବୀନ୍ଦ୍ରଙ୍କ ସହ ଆଲୋଚନା କରିଥିଲେ।  ବୈଠକ ପରେ ପ୍ରତାପ କହିଛନ୍ତି ଘଟଣା ସଂପର୍କରେ ବିଜେଡି ସୁପ୍ରିମୋଙ୍କୁ ଅବଗତ କରାଯାଇଛି I ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ, ନିଜେ ଟିକଟ୍ ପାଉନଥିବା ଜାଣିବା ପରେ ସ୍ୱରୁପ ଦାଶଙ୍କ ନାଁ କୁଆଡେ ରବୀନ୍ଦ୍ର ହିଁ ସୁପାରିଶ କରିଥିଲେ । ଯଦି ଏହା ସତ, ତାହେଲେ ଏବେ କାହିଁକି ବିରୋଧ? ଏହାକୁ ନେଇ ବେଶ୍ ସରଗରମ ରହିଛି ବାଲେଶ୍ୱର ରାଜନୀତି

ସେପଟେ ମୈଦାନରେ ଲଢ଼ିବାକୁ ପ୍ରସ୍ତୁତ ତିନି ଦଳର ଯୋଦ୍ଧା। ବିଜେଡିରୁ ସ୍ୱରୂପ ଦାଶ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁଙ୍କ ମଧ୍ୟରେ ଲଢେଇ ହେବ। ଏହା ଭିତରେ  ପ୍ରଚାର ବି ଆରମ୍ଭ ହୋଇଗଲାଣି । ସବୁ ଦଳର ନେତା ପଂଚାୟତ, ଓ୍ୱାର୍ଡ ଓ ବ୍ଲକ୍ ସ୍ତରରେ କିଭଳି ପରସ୍ପରକୁ ଚେକ୍ ଦେବେ। ସେଥିପାଇଁ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ବାଲେଶ୍ୱରରେ ବିଜେଡିରେ କୁହୁଳୁଥିବା ଅସନ୍ତୋଷରୁ ଫାଇଦା ନେବାକୁ ବିଜେପି ଓ କଂଗ୍ରେସ ଭରପୂର ପ୍ରୟାସ କରୁଛନ୍ତି। ବାଲେଶ୍ୱର ଆସନରୁ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲରୁ ବିଷ୍ଣୁ ଦାସଙ୍କ ପରଲୋକ ପରେ ଉଭୟ ସ୍ଥାନରେ ଉପନିର୍ବାଚନ ହେଉଛି। ଆସନ୍ତା ୩ ତାରିଖରେ ଦୁଇଟି ଯାକ ଆସନ ପାଇଁ ଭୋଟ୍ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story