ବ୍ୟାପୁଛି ଫସଲ ପୋଡ଼ି ନିଆଁ: ପୁଣି ଭବାନୀପାଟଣାରେ...

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଦାଉ ସୁଧୁଛି। ଚାଷୀ ଉପାୟଶୂନ୍ୟ ହୋଇ ଚାଷରେ ନିଆଁ ଲଗାଉଛନ୍ତି। ବରଗଡ଼ ଜିଲ୍ଲାରେ ଚାଷୀ ପ୍ରଥମେ ନିଆଁ ଲଗାଇଥିଲେ। ଏହି ନିଆଁ ସମ୍ୱଲପୁର, ଝାରସୁଗୁଡ଼ା, ବଲାଙ୍ଗି ଓ ଗଞ୍ଜାମ ଦେଇ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛି। ଆଜି ଜୟପାଟଣା ବ୍ଲକର ଦୁଇ ଜଣ ଚାଷୀ ନିଜ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି। ଚଳିତବର୍ଷ ବାନ୍ଦି ଗାଁର ଚାଷୀ କେଶବ ପାଣିଗ୍ରାହୀ ଓ ପ୍ରତାପ ନାଏକ ୪ ଏକର ଲେଖାଏଁ ଜମିରେ […]

burning-rice-field-in-kalahandi

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 07:11 PM IST

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଦାଉ ସୁଧୁଛି। ଚାଷୀ ଉପାୟଶୂନ୍ୟ ହୋଇ ଚାଷରେ ନିଆଁ ଲଗାଉଛନ୍ତି। ବରଗଡ଼ ଜିଲ୍ଲାରେ ଚାଷୀ ପ୍ରଥମେ ନିଆଁ ଲଗାଇଥିଲେ। ଏହି ନିଆଁ ସମ୍ୱଲପୁର, ଝାରସୁଗୁଡ଼ା, ବଲାଙ୍ଗି ଓ ଗଞ୍ଜାମ ଦେଇ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛି। ଆଜି ଜୟପାଟଣା ବ୍ଲକର ଦୁଇ ଜଣ ଚାଷୀ ନିଜ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି।

ଚଳିତବର୍ଷ ବାନ୍ଦି ଗାଁର ଚାଷୀ କେଶବ ପାଣିଗ୍ରାହୀ ଓ ପ୍ରତାପ ନାଏକ ୪ ଏକର ଲେଖାଏଁ ଜମିରେ ଧାନ ଚାଷ କରିଥିଲେ। ଚାଷରେ ଚକଡ଼ା ପୋକ ଲାଗିଥିବା ଦେଖି ଔଷଧ ପ୍ରୟୋଗ କରିଥିଲେ। ମାତ୍ର କିଛି ଲାଭ ମିଳିନଥିଲା। ପୋକ ଗୋଟିଏ କିଆରିରୁ ଅନ୍ୟ କିଆରିକୁ ବ୍ୟାପିଲା। ଏପରିକି ପ୍ରଶାସନ ମଧ୍ୟ ଏଥିପ୍ରତି ତିଳେ ମାତ୍ର ନଜର ଦେଲାନାହିଁ। ଶେଷରେ କିଛି ଉପାୟ ନପାଇ ଦୁଇ ଜଣ ଚାଷୀ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି।

Related story