କଟକ: ବିବାଦୀୟ ସାରଥିଙ୍କ ପାଳିତ ପୁଅ ସତ୍ୟମ ଶେଖର ରାଉଳଙ୍କର କ୍ରାଇମବ୍ରାଞ୍ଚ ରିମାଣ୍ଡର ଆଜି ଥିଲା ପ୍ରଥମ ଦିନ। ପ୍ରଥମ ଦିନର ଜେରାରେ ଫେ।କସ ଥିଲା ତାଙ୍କ ଲାଇଫଷ୍ଟାଇଲ୍ ଓ ଅର୍ଥନୈତିକ କାରବାର। ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରେ ତାଙ୍କ ଜୀବନ କିଭଳି ବିତୁଥିଲା, ଏଥିପାଇଁ ସେ ଅର୍ଥ କେଉଁଠୁ ଆଣିଥିଲେ ସେନେଇ ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ସେହିଭଳି ଅର୍ଥନୈତିକ କାରବାର ସଂପର୍କରେ ବି ପଚରାଉଚରା ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟ ଜେରା ୨ଟା ପରେ ଆରମ୍ଭ ହେଲା ଏଥର ଫୋକସରେ ଥିଲା ସାରଥିଙ୍କ ଅର୍ଥତୈନିକ କାରବାରରେ ସତ୍ୟମଙ୍କ ଲିଙ୍କ୍ ଓ ତାଙ୍କର ଟଙ୍କା କାରବାର। ତାଙ୍କ ନାଁରେ କେତେ ବ୍ୟାଙ୍କ ଆକାଉଣ୍ଟ ରହିଛି, କେଉଁ ଆକାଉଣ୍ଟରେ କେତେ ଟଙ୍କ। ରହିଛି, କେଉଁଠୁ ସେ ଟଙ୍କ। ଆଣୁଥିଲେ, ସାରଥିଙ୍କଠାରୁ ଆଣୁଥିବା ଟଙ୍କା ସେ କେଉଁଠାରେ ବିନିଯୋଗ କରିଛନ୍ତି କି- ଏସବୁ ଜାଣିବାକୁ ଚାହିଁଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ।
ଭୁବନେଶ୍ୱରରେ ବିଲଡର୍ ସାଗର ରାୟଙ୍କ ପତ୍ନୀଙ୍କଠାରୁ ସତ୍ୟମ ୫୫ ଲକ୍ଷ ଟଙ୍କାର ଏକ ଫ୍ଲାଟ୍ କିଣିଥିବା ଜଣାପଡ଼ିଛି। ତେବେ ସେଲ୍ ଡିଡରେ ୫୫ ଲକ୍ଷ ଟଙ୍କ। ଦର୍ଶାଯାଇଥିଲେ ବି ଚେକରେ କାହିଁକି ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ସେନେଇ ମଧ୍ୟ ସତ୍ୟମଙ୍କୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।
ବର୍ତ୍ତମାନ ସୁଦ୍ଧା ସତ୍ୟମ୍ ନାଁରେ ୩ଟି ବ୍ୟାଙ୍କ ଆକାଉଣ୍ଟରୁ ୨୭ଲକ୍ଷ ଟଙ୍କା ଠାବ ହୋଇଛି। ୧୦ ଲକ୍ଷ ଟଙ୍କାର ଏକ ଫିକ୍ସ ଡିପୋଜିଟ୍ ମଧ୍ୟ ଠାବ କରାଯାଇଛି। ତା'ଛଡ଼ା ସତ୍ୟମ୍ ନାଁରେ ମୂଲ୍ୟବାନ ଫ୍ଲାଟ, ଜମିବାଡ଼ି ଓ କୋଟି କୋଟି ଟଙ୍କ।ର ସତ୍ୟମ୍ ଚାରିଟେବୁଲ୍ ଟ୍ରଷ୍ଟ ମଧ୍ୟ ରହିଛି। ସତ୍ୟମକୁ କ୍ରାଇମ୍ ବ୍ରାଞ୍ଚ୍ ୩ ଦିନ ରିମାଣ୍ଡରେ ଆଣିଥିବା ବେଳେ ଏହି ସମୟ ମଧ୍ୟରେ ସବୁ ତଥ୍ୟ ଆଦାୟ କରିବାକୁ ପ୍ରୟାସ କରିବ କ୍ରାଇମବ୍ରାଞ୍ଚ୍।