ଯାଜପୁର ନଦୀବନ୍ଧ ଭଙ୍ଗା: ୨ମାସ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ କେଲୁଆ ନଦୀବନ୍ଧ ରାସ୍ତାକୁ ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଥିବା ଅଭିଯୋଗର ତଦନ୍ତ ଭିଜିଲାନ୍ସ କରିବ। ଆସନ୍ତା ୨ମାସ ମଧ୍ୟରେ  ପ୍ରାଥମିକ ତଦନ୍ତ କରି ୩ଟି ଦିଗ ଉପରେ ରିପୋର୍ଟ ଦାଖଲ କରିବା ନିମନ୍ତେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଆଜି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୨ତାରିଖକୁ ଧାର୍ଯ୍ୟ କରାଯାଇଥିବାବେଳେ ତା’ପୂର୍ବରୁ ଭିଜିଲାନ୍ସ ତା’ର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବ। ଅଭିଯୋଗକାରୀ ସର୍ବେଶ୍ୱର […]

gnb-11

gnb-11

Tapas Behera
  • Published: Friday, 08 January 2021
  • Updated: 08 January 2021, 08:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ କେଲୁଆ ନଦୀବନ୍ଧ ରାସ୍ତାକୁ ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଥିବା ଅଭିଯୋଗର ତଦନ୍ତ ଭିଜିଲାନ୍ସ କରିବ। ଆସନ୍ତା ୨ମାସ ମଧ୍ୟରେ  ପ୍ରାଥମିକ ତଦନ୍ତ କରି ୩ଟି ଦିଗ ଉପରେ ରିପୋର୍ଟ ଦାଖଲ କରିବା ନିମନ୍ତେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଆଜି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୨ତାରିଖକୁ ଧାର୍ଯ୍ୟ କରାଯାଇଥିବାବେଳେ ତା’ପୂର୍ବରୁ ଭିଜିଲାନ୍ସ ତା’ର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବ।

ଅଭିଯୋଗକାରୀ ସର୍ବେଶ୍ୱର ବେଉରାଙ୍କ ଆବେଦନ ଉପରେ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଆଜି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ। ତେବେ ବାରମ୍ବାର ନୋଟିସ୍ ସତ୍ତ୍ୱେ ଯାଜପୁର ଜିଲ୍ଲାପାଳ କିମ୍ବା ତାଙ୍କ ପକ୍ଷରୁ କୌଣସି ଓକିଲ ଆଜି ହାଜର ହୋଇନଥିଲେ। ଲୋକାୟୁକ୍ତ ଏହି ମାମଲାରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ୩ଟି ଦିଗ ଉପରେ ପ୍ରାଥମିକ ତଦନ୍ତ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜସ୍ୱ ତଦାରଖରେ ଜଣେ ଏସପି କିମ୍ବା ଅତିରିକ୍ତ ଏସପି ପାହ୍ୟାର ସଚ୍ଚୋଟ ଅଫିସରଙ୍କ ଦ୍ୱାରା ମାମଲାର ତଦନ୍ତ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବିଶେଷକରି ୩ଟି ଦିଗ ଉପରେ ଭିଜିଲାନ୍ସକୁ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସେଗୁଡ଼ିକ ହେଲା,  ପ୍ରଥମତଃ- ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ନଦୀବନ୍ଧର ନିର୍ଦ୍ଦିଷ୍ଟ ଭାଗ ଧୋଇ ହୋଇଯାଇଛି କି? ଦ୍ୱିତୀୟତଃ- ଦୁର୍ନୀତିକୁ ଲୁଚାଇବାକୁ ନଦୀ ବନ୍ଧରେ ଘାଇ ସୃଷ୍ଟି କରାଯାଇଥିଲା କି? ତୃତୀୟତଃ- ନଦୀବନ୍ଧ ରାସ୍ତା କାମ ନିର୍ମାଣବେଳେ କୌଣସି ବ୍ୟକ୍ତି ବା ସରକାରୀ କର୍ମଚାରୀଙ୍କ ଦ୍ୱାରା ଦୁର୍ନୀତି ଉପାୟ ଅବଲମ୍ବନ କରାଯାଇଥିଲା କି?

ଏହି ୩ଟି ଦିଗ ଉପରେ ପ୍ରାଥମିକ ତଦନ୍ତ କରି ୨ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ କହିଛନ୍ତି। ସିଲ୍ କଭର ଭିତରେ ଏ ସଂକ୍ରାନ୍ତ ସମସ୍ତ ଦସ୍ତାବିଜକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିବା ପାଇଁ ନିଜର ସଚିବଙ୍କୁ ଲୋକାୟୁକ୍ତ କହିଛନ୍ତି। ଏହି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ମାର୍ଚ୍ଚ ୧୨ତାରିଖ ପୂର୍ବରୁ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ନଦୀବନ୍ଧର ସମ୍ପ୍ରସାରଣ ଓ ନିର୍ମାଣ ପାଇଁ ୨୧.୯୯କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଅଭିଯୋଗକାରୀଙ୍କ କହିବାନୁସାରେ, ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁଁ ତଥା ସ୍ଥାନୀୟ ଜେଇ ନରେନ୍ ଜେନା ମିଶି ଠିକାଦାରଙ୍କଠୁ ମୋଟା ଅଙ୍କର ଚାନ୍ଦା ନେଇଥିଲେ। ଯେଉଁଥିପାଇଁ ଠିକାଦାର ଉକ୍ତ ନଦୀବନ୍ଧ ନିର୍ମାଣ କାର୍ଯ୍ୟକୁ ନିମ୍ନମାନର କରିଥିଲେ। ଆଉ ଏହି ନିମ୍ନମାନର କାମ ଧରାପଡ଼ିବା ଭୟରେ ଏହାକୁ ଗତ ଅଗଷ୍ଟ ମାସରେ ବନ୍ୟା ସମୟରେ ଡିନାମାଇଟ୍ ଲଗାଇ ଉଡ଼ାଇ ଦିଆଯାଇଥିଲା। ଅବଶ୍ୟ ଜଳସେଚନ ବିଭାଗ ପକ୍ଷରୁ ଏହି ନଦୀ ବନ୍ଧ ଭାଙ୍ଗି କୃତ୍ରିମ ବନ୍ୟା କରାଯାଇଥିବା ନେଇ ଏକ ମାମଲା ଥାନାରେ ରୁଜୁ ହୋଇଛି। କିନ୍ତୁ ପୁଲିସ କାହାରି ଉପରେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story