ଭୁବନେଶ୍ୱରରୁ ପୁରୀ ଯାଉଥିବା କାର୍ ଦୁର୍ଘଟଣାଗ୍ରସ୍ତ:୨ ମୃତ, ୩ ଆହତ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଏକ କାର୍‌ ଉତ୍ତରାଲିଙ୍ଗିପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ମୃତକମାନେ ରାଞ୍ଚିର ପ୍ରୀତିସାଲିନ ଓ କୋଲକାତାର ଦେବସ୍ମିତା ସାହୁ ବୋଲି ଜଣାପଡ଼ିଛି।

ରାଜଧାନୀର ଏକ ଘରୋଇ ଇଜିନିୟରିଂ କଲେଜର ୫ଜଣ ଛାତ୍ରଛାତ୍ରୀ ଶ୍ରୀକ୍ଷେତ୍ର ଭ୍ରମଣ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।