କାର୍‌-ବାଇକ୍‌ ଧକ୍କା: ୨ ମୃତ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଥେରୁବାଲି ବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଇନୋଭା କାର୍‌ ସହ ବାଇକ ଧକ୍କା ହେବା ଫଳରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।  ମୃତକମାନେ ହେଲେ ବୋରଗୁଡ଼ା ଗ୍ରାମର ସଞ୍ଜୟ ହୁଇକା ଏବଂ ଟୁନା କାଡ୍ରାକା।

ଗତକାଲି ରାତିରେ ୩ଜଣ ଯୁବକ ବାଇକରେ ଆସୁଥିବାବେଳେ ଥେରୁବାଲି ବ୍ରିଜ ନିକଟରେ ଏକ କାର୍‌ଟି ଧକ୍କା ଦେଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଆଜି ରାୟଗଡ ଓ ମୁନିଗୁଡ଼ା ରାସ୍ତା ଅବରୋଧ କରିଛନ୍ତି।