ଚାଉଳ ଆଣିବାକୁ ଯାଉଥିଲେ, ଧକ୍କାଦେଲା କାର୍‌

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା କୁଟୁଳୀ ଗାଁ ନିକଟରେ ଏକ କାର୍‌  ଧକ୍କାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକଦ୍ୱୟ ହେଲେ ବିକାଶ ମିଣିଆକା ଓ ସାହୁ ପ୍ରାସ୍କା। ବିକାଶଙ୍କ ଘର ମିନାପାଇ ଗାଁରେ ଏବଂ ସାହୁ ପ୍ରାସ୍କାଙ୍କ ଘର ଟୁଡୁଲେଲରି ଗାଁରେ। ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଛି।  ବିକାଶ ଓ ସାହୁ ପ୍ରାସ୍କା ଚାଲି ଚାଲି ଚାଉଳ ଆଣିବା ପାଇଁ କୁଟୁଳୀ ପଞ୍ଚାୟତକୁ  ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ […]

dead-body

Jyoshna Pradhan
  • Published: Friday, 13 September 2019
  • , Updated: 13 September 2019, 03:08 PM IST

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା କୁଟୁଳୀ ଗାଁ ନିକଟରେ ଏକ କାର୍‌  ଧକ୍କାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକଦ୍ୱୟ ହେଲେ ବିକାଶ ମିଣିଆକା ଓ ସାହୁ ପ୍ରାସ୍କା। ବିକାଶଙ୍କ ଘର ମିନାପାଇ ଗାଁରେ ଏବଂ ସାହୁ ପ୍ରାସ୍କାଙ୍କ ଘର ଟୁଡୁଲେଲରି ଗାଁରେ।

ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଛି।  ବିକାଶ ଓ ସାହୁ ପ୍ରାସ୍କା ଚାଲି ଚାଲି ଚାଉଳ ଆଣିବା ପାଇଁ କୁଟୁଳୀ ପଞ୍ଚାୟତକୁ  ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ କାର୍‌ ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ବସିଛନ୍ତି। ଖବର ପାଇ ଘଟଣାସ୍ଥଳରେ ରାୟଗଡ଼ା ତହସିଲଦାର ଓ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

 

Related story