ରାସ୍ତା ତଳକୁ ଖସିଲା ପିକ୍‌ଅପ୍ ଭ୍ୟାନ୍‌: ୩୦ ଆହତ, ୭ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ନିକଟ ଲେବିଡ଼ି ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବିଶ୍ୱକର୍ମା ପୂଜା ଦେଖି ଏକ ପିକ୍‌ଅପ୍ ଭ୍ୟାନ୍‌ରେ କିଛି ଲୋକ ଫେରୁଥିବାବେଳେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।  ଗାଡି ଡ୍ରାଇଭର ସମେତ ୭ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଡ୍ରାଇଭର  ଓ ସମସ୍ତ ବ୍ୟକ୍ତି ଲେବିଡି ଗାଁର ବୋଲି ଜଣାପଡିଛି।  ସେମାନଙ୍କୁ ବରଗଡ଼ରେ ଚିକିତ୍ସା […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 12:19 PM IST

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ନିକଟ ଲେବିଡ଼ି ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବିଶ୍ୱକର୍ମା ପୂଜା ଦେଖି ଏକ ପିକ୍‌ଅପ୍ ଭ୍ୟାନ୍‌ରେ କିଛି ଲୋକ ଫେରୁଥିବାବେଳେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।  ଗାଡି ଡ୍ରାଇଭର ସମେତ ୭ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

ଆହତ ଡ୍ରାଇଭର  ଓ ସମସ୍ତ ବ୍ୟକ୍ତି ଲେବିଡି ଗାଁର ବୋଲି ଜଣାପଡିଛି।  ସେମାନଙ୍କୁ ବରଗଡ଼ରେ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Related story