ଅଧାରେ ରହିଲା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ, ପିଟି ହେଲା କାର୍‌

ନୀଳଗିରି(ବିଶ୍ୱମ୍ୱର ଦାସ): ଅଧା ରହିଗଲା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ। ଆଉ ମାତ୍ର ୩ କିଲୋମିଟର ଯାଇଥିଲେ ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ କରିଥାଆନ୍ତେ। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ପଞ୍ଚଲିଙ୍ଗେଶ୍ୱର ନିକଟ କେଳାପଦା ଛକଠାରେ। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି।  ଆଜି ସକାଳେ ସେମାନେ ବାଲେଶ୍ୱରରୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଅଭିମୁଖେ ବାହାରିଥିଲେ।  କେଳାପଦା ଛକଠାରେ ସେମାନଙ୍କ କାର୍‌ ଭାରସାମ୍ୟ ହରାଇ ପ୍ରଥମେ […]

accident

Jyoshna Pradhan
  • Published: Saturday, 24 August 2019
  • , Updated: 24 August 2019, 02:56 PM IST

ନୀଳଗିରି(ବିଶ୍ୱମ୍ୱର ଦାସ): ଅଧା ରହିଗଲା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ। ଆଉ ମାତ୍ର ୩ କିଲୋମିଟର ଯାଇଥିଲେ ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ କରିଥାଆନ୍ତେ। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ପଞ୍ଚଲିଙ୍ଗେଶ୍ୱର ନିକଟ କେଳାପଦା ଛକଠାରେ।

ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି।  ଆଜି ସକାଳେ ସେମାନେ ବାଲେଶ୍ୱରରୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଅଭିମୁଖେ ବାହାରିଥିଲେ।  କେଳାପଦା ଛକଠାରେ ସେମାନଙ୍କ କାର୍‌ ଭାରସାମ୍ୟ ହରାଇ ପ୍ରଥମେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଥିଲା। ପରେ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲା। କାର୍‌ରେ ବସିଥିବା ସମସ୍ତ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା।

Related story