ପରିବା ବିକ୍ରି କରିବାକୁ ଯାଉଥିଲେ, ଚଢ଼ିଗଲା ଟ୍ରକ୍‌

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା  ୬୦ ନମ୍ୱର ଜାତୀୟ ରାଜପଥର ସାହୁପଡ଼ା ନିକଟରେ ୨ ପରିବା ବିକାଳୀଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ସୁରେନ୍ଦ୍ର ଦାସ। ଗୁରୁତରଙ୍କ ନାଁ ନିରଞ୍ଜନ ଗିରି। ଉଭୟଙ୍କ ଘର ରେମୁଣା ବ୍ଲକ୍‌ ଗଣ୍ଡରଦା ଗାଁରେ। ଆଜି ଭୋର ପ୍ରାୟ ୪ଟା ବେଳେ ସୁରେନ୍ଦ୍ର ଓ ନିରଞ୍ଜନ ଘରୁ ପରିବା ଧରି ସାଇକେଲରେ ବାଲେଶ୍ୱରର ନୂଆ […]

accident

accident

Jyoshna Pradhan
  • Published: Friday, 09 August 2019
  • Updated: 09 August 2019, 08:56 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା  ୬୦ ନମ୍ୱର ଜାତୀୟ ରାଜପଥର ସାହୁପଡ଼ା ନିକଟରେ ୨ ପରିବା ବିକାଳୀଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ସୁରେନ୍ଦ୍ର ଦାସ। ଗୁରୁତରଙ୍କ ନାଁ ନିରଞ୍ଜନ ଗିରି। ଉଭୟଙ୍କ ଘର ରେମୁଣା ବ୍ଲକ୍‌ ଗଣ୍ଡରଦା ଗାଁରେ।

ଆଜି ଭୋର ପ୍ରାୟ ୪ଟା ବେଳେ ସୁରେନ୍ଦ୍ର ଓ ନିରଞ୍ଜନ ଘରୁ ପରିବା ଧରି ସାଇକେଲରେ ବାଲେଶ୍ୱରର ନୂଆ ବଜାରକୁ ବିକ୍ରି କରିବାକୁ ଯାଉଥିଲେ।  ଏହି ସମୟରେ ସାହୁପଡ଼ା ନିକଟରେ ପଛପଟୁ ଏକ ଟ୍ରକ୍‌ ଆସି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା।  ଘଟଣାସ୍ଥଳରେ ହିଁ  ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos