ପାଣି ଧରି ଫେରୁଥିଲେ ମାଆ-ପୁଅ, ପ୍ରାଣ ନେଇଗଲା ଅଜଣା ଗାଡ଼ି

କରଞ୍ଜିଆ(ସତ୍ୟବ୍ରତ ବେହେରା): ରାସ୍ତା ପାର୍ଶ୍ୱ ନଳକୂପରୁ ପାଣି ଧରି ଘରକୁ ଫେରୁଥିବା ବେଳେ ମାଆ ଓ ପୁଅଙ୍କୁ ଧକ୍କା ଦେଇଥିଲା ଏକ ଅଜଣା ଗାଡ଼ି। ଆଉ ରାସ୍ତାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ରାତିରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଘଟିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆଜି ରାତି ପ୍ରାୟ ୯ଟା ବେଳେ ଚାଇଁନବଦା ଗାଁର ତ୍ରିଲୋଚନ ନାୟକ, ତାଙ୍କ ପତ୍ନୀ ସବିତା ଓ ୬ […]

accident

Manoranjan Sial
  • Published: Wednesday, 08 January 2020
  • , Updated: 08 January 2020, 10:50 PM IST

କରଞ୍ଜିଆ(ସତ୍ୟବ୍ରତ ବେହେରା): ରାସ୍ତା ପାର୍ଶ୍ୱ ନଳକୂପରୁ ପାଣି ଧରି ଘରକୁ ଫେରୁଥିବା ବେଳେ ମାଆ ଓ ପୁଅଙ୍କୁ ଧକ୍କା ଦେଇଥିଲା ଏକ ଅଜଣା ଗାଡ଼ି। ଆଉ ରାସ୍ତାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ରାତିରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଘଟିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ଆଜି ରାତି ପ୍ରାୟ ୯ଟା ବେଳେ ଚାଇଁନବଦା ଗାଁର ତ୍ରିଲୋଚନ ନାୟକ, ତାଙ୍କ ପତ୍ନୀ ସବିତା ଓ ୬ ବର୍ଷ ପୁଅ ଶଙ୍କର ଏନ୍‌ଏଚ୍‌-୪୯ ପାର୍ଶ୍ୱ ନଳକୂପରୁ ପାଣି ଧରି ଘରକୁ ଫେରୁଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସବିତା ଓ ଶଙ୍କରଙ୍କ ମୃତ୍ୟୁ ଘଟିଥିଲା। ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ତ୍ରିଲୋଚନ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଏନ୍‌ଏଚ୍‌ ଅବରୋଧ କରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। କରଞ୍ଜିଆ ଏସ୍‌ଡିପିଓ ନାରାୟଣ ନାୟକ ଘଟଣାସ୍ଥଳରେ ପହଞ୍ଚି ରେଡ୍‌କ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Related story