କେନାଲକୁ ଖସି ପଡ଼ିଲା ବରଯାତ୍ରୀ ଗାଡ଼ି: ୯ ଆହତ
ଧର୍ମଗଡ଼(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଖଇରପଦର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଫେରୁଥିବା ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲକୁ ଖସି ଯିବାରୁ ୯ ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଭ୍ୟାନ୍ରେ ବରଯାତ୍ରୀ ତରାପୁରରୁ ଖଇରାପଦର ଫେରୁଥିଲା ।