ଗୋରୁ ବୋଝେଇ ଟ୍ରକ୍ ସହ ଧକ୍କା ହେଲା ବୋଲେରୋ,୨ ଗୋରୁ ମୃତ

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ସଲାର ମଠ ନିକଟରେ ଏକ ଗୋରୁ ବୋଝେଇ  ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ଏହି ଗୋରୁ ବୋଝେଇ ଟ୍ରକ୍ ସହ ଏକ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବୋଲେରୋ ଚାଳକ ଆହତ ହୋଇଥିବା ବେଳେ ୨ଟି ଗୋରୁଙ୍କ ମୃତ୍ୟୁ ଘଟିଛି।

ସ୍ଥାନୀୟ ଲୋକେ ଶହେରୁ ଅଧିକ ଗୋରୁଙ୍କୁ ଗାଡିରୁ ଉଦ୍ଧାର କରିଛନ୍ତି। ଖବରପାଇ ବଜରଙ୍ଗ ଦଳର କର୍ମୀ ଘଟଣାସ୍ଥଳରେ ପହଞ୍ଚି କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିବା ସହ ବେଆଇନ ଗୋ ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।