୨୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋହନା (ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଦେଉଲଖଣିରେ ଏକ ପୋଲ ତଳକୁ ବୋଲେରୋଟିଏ ଖସି ପଡ଼ିବାରୁ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସଞ୍ଜୟ ରାଇକା। ତାଙ୍କ ଘର ପାଳକୁଆ ଗାଁରେ। ଆଜି ଭୋର୍‌ରେ ସଞ୍ଜୟ ବୋଲେରୋ ଧରି ମୋହନାରୁ ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଅଭିମୁଖେ ଯାଉଥିଲେ। ମାତ୍ର  ଗାଡ଼ିଟି ଭାରସାମ୍ୟ ହରାଇ ଦେଉଲଖଣିର ନିକଟରେ ପୋଲ ଉପରୁ ୨୦ ଫୁଟ୍‌ ତଳକୁ ଖସି ଓଲଟି ପଡ଼ିଥିଲା। ସଞ୍ଜୟ ଗାଡ଼ି ଭିତରେ […]

accident

Jyoshna Pradhan
  • Published: Tuesday, 03 September 2019
  • , Updated: 03 September 2019, 02:54 PM IST

ମୋହନା (ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଦେଉଲଖଣିରେ ଏକ ପୋଲ ତଳକୁ ବୋଲେରୋଟିଏ ଖସି ପଡ଼ିବାରୁ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସଞ୍ଜୟ ରାଇକା। ତାଙ୍କ ଘର ପାଳକୁଆ ଗାଁରେ।

ଆଜି ଭୋର୍‌ରେ ସଞ୍ଜୟ ବୋଲେରୋ ଧରି ମୋହନାରୁ ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଅଭିମୁଖେ ଯାଉଥିଲେ। ମାତ୍ର  ଗାଡ଼ିଟି ଭାରସାମ୍ୟ ହରାଇ ଦେଉଲଖଣିର ନିକଟରେ ପୋଲ ଉପରୁ ୨୦ ଫୁଟ୍‌ ତଳକୁ ଖସି ଓଲଟି ପଡ଼ିଥିଲା। ସଞ୍ଜୟ ଗାଡ଼ି ଭିତରେ ହିଁ ଚାପି ହୋଇ ରହିଯାଇଥିଲେ। ସକାଳେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଦେଖି ତାଙ୍କୁ ଉଦ୍ଧାର କରିଥିଲେ ଓ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story