ଗଛରେ ପିଟି ହେଲା ଆଳୁ ବୋଝେଇ ଟ୍ରକ୍‌, ୨ ମୃତ

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କଚେରାସାହି ନିକଟରେ ଏକ ଆଳୁ ବୋଝେଇ ଟ୍ରକ୍‌  ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।  ଦୁର୍ଘଟଣା ପରେ  ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।

ଆଳୁ ବୋଝେଇ ଟ୍ରକଟି ଭୁବନେଶ୍ୱରରୁ ଖଣ୍ଡପଡ଼ା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।