ରାସ୍ତା ତଳକୁ ଓଲଟି ପଡ଼ିଲା ଟ୍ରାକ୍ଟର

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ମାର୍ଚା-ଗୋଡ଼ା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ରାସ୍ତା ତଳକୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ହିଁ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକଙ୍କ ନାଁ ନରସିଂହ ମହାକୁଡ଼(୪୦)। ତାଙ୍କ ଘର  ସୁଦର୍ଶନପୁର ଗାଁରେ।  ଗୁରୁତର ଶ୍ରମିକଙ୍କ ନାଁ ଭୀମ ମାଝି। ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଦିନ ପ୍ରାୟ ୧୨ଟା […]

accident

Jyoshna Pradhan
  • Published: Thursday, 22 August 2019
  • , Updated: 22 August 2019, 03:00 PM IST

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ମାର୍ଚା-ଗୋଡ଼ା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ରାସ୍ତା ତଳକୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ହିଁ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକଙ୍କ ନାଁ ନରସିଂହ ମହାକୁଡ଼(୪୦)। ତାଙ୍କ ଘର  ସୁଦର୍ଶନପୁର ଗାଁରେ।  ଗୁରୁତର ଶ୍ରମିକଙ୍କ ନାଁ ଭୀମ ମାଝି। ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଦିନ ପ୍ରାୟ ୧୨ଟା ବେଳେ ନରସିଂହ ବିଲରୁ  ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ଟ୍ରାକ୍ଟରଟି  ଓଲଟି ପଡ଼ିଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story