ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ଜଣେ ମୃତ, ୬ ଆହତ

Ordigital Desk
  • Published: Saturday, 21 April 2018
  • , Updated: 21 April 2018, 01:50 PM IST
<p>ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଭେଲୋରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। କଟକରୁ କୋଲକାତା ଅଭିମୁଖେ ଯାଉଥିବା ମୁସକାନ ବସ୍ ଏକ ଟ୍ରକକୁ ପଛପଟୁ ଧକ୍କାଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଆହତମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।&nbsp; ପୋଲିସ &nbsp;ଘଟଣାର ତଦନ୍ତ କରୁଛି।</p>

Related story