ପରୀକ୍ଷା ଦେବାକୁ ଯାଉଥିଲା ବେଳେ ପିଟିଦେଲା ଟ୍ରକ୍

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ସହ ବାଇକର ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପାଣିକୋଇଲି ତାରିଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ଶିଶିର କୁମାର ଶତପଥୀ। ଗୁରୁତର ଆହତ ଦୁଇଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଘର ଯାଜପୁର ରୋଡ ଥାନା ପହଙ୍ଗା ଅଞ୍ଚଳରେ। ସେମାନେ ସମ୍ପର୍କରେ […]

road-mmmm

road-mmmm

Tapaswini Nayak
  • Published: Monday, 25 March 2019
  • Updated: 25 March 2019, 02:39 PM IST

Sports

Latest News

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ସହ ବାଇକର ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପାଣିକୋଇଲି ତାରିଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ଶିଶିର କୁମାର ଶତପଥୀ।

ଗୁରୁତର ଆହତ ଦୁଇଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଘର ଯାଜପୁର ରୋଡ ଥାନା ପହଙ୍ଗା ଅଞ୍ଚଳରେ। ସେମାନେ ସମ୍ପର୍କରେ ଦୁଇ ଭଉଣୀ ବୋଲି ଜଣାପଡିଛି। ସେମାନେ ତାରିଣୀ ମହାବିଦ୍ୟାଳୟରେ ଯୁକ୍ତ ୩ କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ।

ଆଜି ଦୁଇ ଭଉଣୀ ପରୀକ୍ଷା ଦେବାକୁ ନିଜ ଗାଁର ଅଧ୍ୟାପକ ଶିଶିର ଶତପଥୀଙ୍କ ସହ ବାଇକ୍‌ରେ କଲେଜ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos