ବଢ଼ୁଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ, ସରକାରଙ୍କ ହିସାବ କହୁଛି ମଦ ଦାୟୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା। ଅନେକ ସମୟରେ ଚାଲିଯାଉଛି ଅକାଳରେ ଜୀବନ। ଏଥିପାଇଁ ବଢୁଛି ସରକାରଙ୍କ ଚିନ୍ତା। ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ରୋକିବା ଲାଗି ସଚିବାଳୟରେ ରୋଡ୍ ସେଫଟି କାଉନ୍‌ସିଲ୍ ପକ୍ଷରୁ ବୈଠକ ବସିଥିଲା। ବୈଠକ ପରେ ମିଳିଥିବା ତଥ୍ୟ ଆହୁରି ଚିନ୍ତାଜନକ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ କେବଳ ଜାନୁଆରୀରୁ ଜୁନ, ୬ ମାସ ମଧ୍ୟରେ ରାଜ୍ୟରେ ଦୁର୍ଘଟଣା ହାର ୧୦ ପ୍ରତିଶତ ବଢିଛି। ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ଜନିତ ଗାଡ଼ିଚାଳନା […]

accident-1

accident-1

Tapas Behera
  • Published: Monday, 08 July 2019
  • Updated: 08 July 2019, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା। ଅନେକ ସମୟରେ ଚାଲିଯାଉଛି ଅକାଳରେ ଜୀବନ। ଏଥିପାଇଁ ବଢୁଛି ସରକାରଙ୍କ ଚିନ୍ତା। ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ରୋକିବା ଲାଗି ସଚିବାଳୟରେ ରୋଡ୍ ସେଫଟି କାଉନ୍‌ସିଲ୍ ପକ୍ଷରୁ ବୈଠକ ବସିଥିଲା। ବୈଠକ ପରେ ମିଳିଥିବା ତଥ୍ୟ ଆହୁରି ଚିନ୍ତାଜନକ ହୋଇଛି।

ଗତବର୍ଷ ତୁଳନାରେ ଚଳିତବର୍ଷ କେବଳ ଜାନୁଆରୀରୁ ଜୁନ, ୬ ମାସ ମଧ୍ୟରେ ରାଜ୍ୟରେ ଦୁର୍ଘଟଣା ହାର ୧୦ ପ୍ରତିଶତ ବଢିଛି। ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ଜନିତ ଗାଡ଼ିଚାଳନା କୁହାଯାଇଛି।

ସାରା ରାଜ୍ୟରେ ଚଳିତବର୍ଷରେ ଏଯାଏ ୧୦ହଜାର ୯୫୦ଟି ମଦ୍ୟପାନ ଜନିତ ମାମଲା ସାମନାକୁ ଆସିଛି। ଏହି ୬ମାସ ଭିତରେ ସବୁଠୁ ଅଧିକ ଭୁବନେଶ୍ୱର-୧ ଆର୍‌ଟିଓରେ ୯ଶହଟି ମଦ୍ୟପାନ ଜନିତ କେସ୍ ରହିଛି। ତଥ୍ୟ ଅନୁଯାୟୀ, ୨୦୧୭ରେ ୧୦ ହଜାର ୮୫୫ଟି ଦୁର୍ଘଟଣା କେସ୍ ଆସିଥିବା ବେଳେ ୨୦୧୮ରେ ସଂଖ୍ୟା ବଢି ୧୧ହଜାର ୨୬୨ରେ ପହଞ୍ଚିଛି।

ସେହିପରି ୨୦୧୭ମସିହା ଅପେକ୍ଷା ୨୦୧୮ମସିହାରେ  ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ୧୧ ପ୍ରତିଶତକୁ ବୃଦ୍ଧି ପାଇଛି। ଦୁର୍ଘଟଣା ରୋକିବା ଲାଗି ସରକାର ଅଧିକ ପ୍ରସ୍ତୁତି କରୁଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ।

ବିଶେଷକରି ବାଇକ୍ ଦୁର୍ଘଟଣାରେ ଅଧିକ ଜୀବନ ଯାଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଏହାର ଏକମାତ୍ର କାରଣ ନୁହେଁ। ରାସ୍ତାରେ ବ୍ଲାକ୍ ସ୍ପଟ୍ ଚିହ୍ନଟ ପରେ ଆବଶ୍ୟକ ପ୍ରସ୍ତୁତି, ରୋଡ୍ ପ୍ଲାନିଂରେ ତ୍ରୁଟି, ବିନା ହେଲମେଟ୍‌ରେ ଗାଡ଼ିଚାଳନା ଆଦି ଦୁର୍ଘଟଣା ବୃଦ୍ଧିର ମୁଖ୍ୟ କାରଣ ହୋଇଛି। ବେଆଇନ୍ ଓ ବେପରୁଆ ଭାବେ ଗାଡ଼ିଚାଳନା କରୁଥିବା ଚାଳକଙ୍କୁ ଗିରଫ ଲାଗି ଆଇନ୍‌ରେ ବ୍ୟବସ୍ଥା ରହିଲେ ଦୁର୍ଘଟଣା ହାର କମିବ ବୋଲି ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

ଅଜଣା ଗାଡ଼ି ଧକ୍କାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ତେବେ ଖାଲି ସହାୟତା ନୁହେଁ, ଆଇନ କଡ଼ାକଡ଼ି ହେବା ଦରକାର ବୋଲି ମତପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos