ଲଗାଣ ବର୍ଷାରେ ଦବିଲା ରାସ୍ତା, ଭାଙ୍ଗିଲା ଗାର୍ଡ ୱାଲ୍; ନିମ୍ନମାନର କାମ ଅଭିଯୋଗ

ବାଲିଗୁଡ଼ା (ଅଜିତ ନାୟକ): ଲଗାଣ ବର୍ଷାରେ ବିଜୁ ସେତୁର ଗାର୍ଡ ୱାଲ୍ ଭାଙ୍ଗି ଯାଇଥିବା ବେଳେ ଦବି ଯାଇଛି ଆପ୍ରୋଚ୍ ରାସ୍ତା। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି ଏହି ଘଟଣା। ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ଦାରିଙ୍ଗବାଡ଼ି ବ୍ଲକ୍‌ ପାଡ଼େନକେତା-ମାଣ୍ଡୁବାଡ଼ି ରାସ୍ତା ଉପରେ ନିର୍ମାଣ ହୋଇଛି ଏହି ବିଜୁ ସେତୁ। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩ କୋଟି ୫୩ ଲକ୍ଷ ଟଙ୍କା ବିନିମୟରେ ଏହାର […]

road

  • Published: Sunday, 14 August 2022
  • , Updated: 14 August 2022, 04:13 PM IST

ବାଲିଗୁଡ଼ା (ଅଜିତ ନାୟକ): ଲଗାଣ ବର୍ଷାରେ ବିଜୁ ସେତୁର ଗାର୍ଡ ୱାଲ୍ ଭାଙ୍ଗି ଯାଇଥିବା ବେଳେ ଦବି ଯାଇଛି ଆପ୍ରୋଚ୍ ରାସ୍ତା। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି ଏହି ଘଟଣା। ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି।

ଦାରିଙ୍ଗବାଡ଼ି ବ୍ଲକ୍‌ ପାଡ଼େନକେତା-ମାଣ୍ଡୁବାଡ଼ି ରାସ୍ତା ଉପରେ ନିର୍ମାଣ ହୋଇଛି ଏହି ବିଜୁ ସେତୁ। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩ କୋଟି ୫୩ ଲକ୍ଷ ଟଙ୍କା ବିନିମୟରେ ଏହାର ନିର୍ମାଣ ହୋଇଛି। ମାତ୍ର ନିର୍ମାଣ କାର୍ଯ୍ୟ ଶେଷ ହେବାର ମାତ୍ର ୪ ମାସ ହୋଇଥିବା ବେଳେ ବର୍ଷାରେ ଗାର୍ଡ ୱାଲ୍ ଭାଙ୍ଗିଯିବା ସହ ଆପ୍ରୋଚ ରାସ୍ତାଟି ଦବି ଯାଇଛି।

ଗାର୍ଡ ୱାଲ୍ ଭାଙ୍ଗିବା ଓ ରାସ୍ତା ଦବିବା ପରେ ଏହାକୁ ନିର୍ମାଣ କରିଥିବା ଠିକାଦାର ନିଜ ଦୋଷ ଲୁଚାଇବାକୁ ପ୍ରୟାସ କରିଛନ୍ତି। ରାସ୍ତାର ଯେଉଁ ଅଂଶ ଦବି ଯାଇଛି, ତା’କୁ ଲୁଚାଇବାକୁ ଠିକାଦାର ତା’ଉପରେ ବଜୁରି ପକାଇ ଦେଇଛନ୍ତି। ଆଉ ଲୋକେ ଏବେ ଏହି ରାସ୍ତାରେ ବିପଜ୍ଜନକ ଭାବେ ଯା’ଆସ କରୁଛନ୍ତି।

[caption id="attachment_757475" align="aligncenter" width="650"] ଭାଙ୍ଗି ଯାଇଛି ଗାର୍ଡ ୱାଲ୍[/caption]

ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଏଭଳି ଅବସ୍ଥା ହୋଇଥିବା ପାଡ଼େନକେତା ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି।

[caption id="attachment_757476" align="aligncenter" width="650"] ଦୋଷ ଲୁଚାଇବାକୁ ରାସ୍ତାର ଦବି ଯାଇଥିବା ଅଂଶରେ ବଜୁରି ପକାଇ ଦେଇଛନ୍ତି ଠିକାଦାର[/caption]

ଗାଁର ବାସୁଦେବ ପ୍ରଧାନ କହିଛନ୍ତି, ଅତି ନିମ୍ନମାନର କାର୍ଯ୍ୟ ହୋଇଥିଲା। ତେଣୁ ଗାର୍ଡ ୱାଲ୍ ଭାଙ୍ଗିଲା ଓ ରାସ୍ତା ଦବି ଗଲା। ରାସ୍ତାର ଦବି ଯାଇଥିବା ଅଂଶକୁ ଲୁଚାଇବାକୁ ଠିକାଦାର ତା’ଉପରେ ବଜୁରି ପକାଇ ଦେଇଛନ୍ତି। ଏମିତି କରି ଠିକାଦାର ଆଉ ଏକ ବଡ଼ ଭୁଲ୍ କରିଛନ୍ତି। କାରଣ ତା’ ଉପରେ ଗାଡ଼ିମୋଟର ଯା’ଆସ କଲେ ରାସ୍ତା ପୂରା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି ଓ ଏହା ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଜ୍ଜନକ ହୋଇପାରେ। ତେଣୁ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଏଠାକୁ ଆସି ସ୍ଥିତିକୁ ଯାଞ୍ଚ କରି ତୁରନ୍ତ ପଦକ୍ଷେପ ନେବା ଉଚିତ୍ ବୋଲି ଆମେ ଦାବି କରୁଛୁ। ଏହା ସହିତ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେ ଦାବି କରୁଛୁ।

Related story