ପାଣି ପାଇଁ ତାତିଲେ ଲୋକେ
- Published: Thursday, 19 April 2018
- , Updated: 19 April 2018, 11:56 AM IST
<p>ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ମ୍ୟୁନିସିପାଲିଟିର ଦୁଇଟି ଓ୍ୱାର୍ଡକୁ ପାଣି ଆସୁନଥିବାରୁ ଗରା ବାଲଟି ଧରି ରାସ୍ତା ରୋକିଲେ ସ୍ଥାନୀୟ ବାସନ୍ଦା। ଆଜି ସକାଳେ ୧୩ ନଂ ଓ ୧୪ନଂ ୱାର୍ଡବାସୀ ପାଣି ଦାବିରେ ସହରର ମୁଖ୍ୟ ରାସ୍ତାର ପାରାଡାଇଜ୍ ଛକଠାରେ ରାସ୍ତା ରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ମୋଟର ଅଟକି ରହିଥିଲା।</p>
<p>ତେବେ ବିଭାଗୀୟ କର୍ତ୍ତୃପକ୍ଷ ପହଞ୍ଚି ଲୋକଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।</p>