'କ୍ଷତିପୂରଣ ନ ମିଳିବା ଯାଏଁ ରାସ୍ତାରୁ ଉଠିବୁନି'

ମୋହନା (ମିହିର ଯତି): ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି। ଗଜପତି ଜିଲ୍ଲା ମୋହନା ମେଡିକାଲ ଆଗରେ ଧାରଣାରେ ବସିଛନ୍ତି ମୃତକଙ୍କ ପରିବାର ଓ ଚାନ୍ଦିପୁଟ ଗାଁ ଲୋକେ। ଫଳରେ ମୋହନାରୁ ବ୍ରହ୍ମପୁରକୁ ଓ ମୋହନାରୁ ପାରଳାଖେମୁଣ୍ଡିକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଖପୁରିକଟା ଗାଁ ନିକଟରେ ଏକ କାର ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀ- ଚାନ୍ଦିପୁଟ […]

mohana

Ranjit Kumar Jena
  • Published: Thursday, 19 November 2020
  • , Updated: 19 November 2020, 01:36 PM IST

ମୋହନା (ମିହିର ଯତି): ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି। ଗଜପତି ଜିଲ୍ଲା ମୋହନା ମେଡିକାଲ ଆଗରେ ଧାରଣାରେ ବସିଛନ୍ତି ମୃତକଙ୍କ ପରିବାର ଓ ଚାନ୍ଦିପୁଟ ଗାଁ ଲୋକେ। ଫଳରେ ମୋହନାରୁ ବ୍ରହ୍ମପୁରକୁ ଓ ମୋହନାରୁ ପାରଳାଖେମୁଣ୍ଡିକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଖପୁରିକଟା ଗାଁ ନିକଟରେ ଏକ କାର ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀ- ଚାନ୍ଦିପୁଟ ଗାଁର ଇଷାକ ବିଷୋୟୀ ଓ ଆର ଉଦୟଗିରି ଖମ୍ବାରିସାହି ଗାଁର ଶକ୍ତି ଜେନାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ଆର.ଉଦୟଗିରି ଏସପି ଓ ମୋହନା ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ବି ନିଜ ଜିଦରେ ଅଟଳ ଅଛନ୍ତି ଗାଁ ଲୋକେ। କ୍ଷତିପୂରଣ ନମିଳିବା ଯାଏଁ ରାସ୍ତାରୋକ ହଟିବ ନାହିଁ ବୋଲି ସେମାନେ କହିଛନ୍ତି।

 

Related story