ଲଗାଣ ବର୍ଷା ଯୋଗୁ ପିପିଲି-ନିମାପଡ଼ା ରାସ୍ତା ବିଚ୍ଛିନ୍ନ

କୋଣାର୍କ(ସଞ୍ଜୟ ପତି): ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱରରୁ କୋଣାର୍କ ଓ କାକଟପୁରକୁ ସଂଯୋଗ କରୁଥିବା ପିପିଲି-ନିମାପଡ଼ା ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି। ଏଥିପାଇଁ ଯାତ୍ରୀମାନଙ୍କର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ରାସ୍ତାର ଗରପଦା ନିକଟରେ ଧନୁଆ ନଦୀ ଉପରେ ନିର୍ମାଣାଧୀନ ପୋଲ ପାଇଁ ଏକ ଅସ୍ଥାୟୀ ବାଇପାସ୍ ନିର୍ମାଣ କରାଯାଇଥିଲା। ପ୍ରବଳ ବର୍ଷାରେ ଧନୁଆଁ ଓ ଏହାର ଆଖପାଖ ଗାଁର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବାରୁ ଚାଷ ଜମିରୁ ପାଣି ନିଷ୍କାସନ ପାଇଁ […]

IMG-20180716-WA0550

Rakesh Mallick
  • Published: Tuesday, 17 July 2018
  • , Updated: 17 July 2018, 12:15 PM IST

କୋଣାର୍କ(ସଞ୍ଜୟ ପତି): ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱରରୁ କୋଣାର୍କ ଓ କାକଟପୁରକୁ ସଂଯୋଗ କରୁଥିବା ପିପିଲି-ନିମାପଡ଼ା ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି। ଏଥିପାଇଁ ଯାତ୍ରୀମାନଙ୍କର ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଏହି ରାସ୍ତାର ଗରପଦା ନିକଟରେ ଧନୁଆ ନଦୀ ଉପରେ ନିର୍ମାଣାଧୀନ ପୋଲ ପାଇଁ ଏକ ଅସ୍ଥାୟୀ ବାଇପାସ୍ ନିର୍ମାଣ କରାଯାଇଥିଲା। ପ୍ରବଳ ବର୍ଷାରେ ଧନୁଆଁ ଓ ଏହାର ଆଖପାଖ ଗାଁର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବାରୁ ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ଅସ୍ଥାୟୀ ରାସ୍ତାକୁ କଟା ଯାଇଛି।

କେବଳ ବାଇକ୍ ଆରୋହୀଙ୍କ ପାଇଁ ଏକ ଅସ୍ଥାୟୀ ପଟା ପୋଲ ବ୍ୟବସ୍ଥା କରାଯାଇଛି। ପାଣି ନିଷ୍କାସନ ପାଇଁ ଅସ୍ଥାୟୀ ରାସ୍ତାକୁ କଟା ଯାଇଥିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅଧିକାଂଶ ଗାଡ଼ି ଭୁବନେଶ୍ୱରରୁ ବାଲିପାଟଣା ଦେଇ ନିମାପଡ଼ା, କୋଣାର୍କ, କାକଟପୁରକୁ ଯାଉଛି।

Related story