ମଦର ଟେରେସାଙ୍କ ନାଁରେ ନାମିତ ହେବ ଭୁବନେଶ୍ୱରର ଏକ ରାସ୍ତା

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ମଦର ଟେରେସାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ। ଆଜି କଟକ-ଭୁବନେଶ୍ୱର ଆର୍କବିଶୋପଙ୍କ ଅଫିସ୍‌ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି। ଓଡ଼ିଶା କ୍ୟାଥୋଲିକ୍ ବିଶୋପ ପରିଷଦ (ଓସିବିସି) ପକ୍ଷରୁ କରାଯାଇଥିବା ଅନୁରୋଧ କ୍ରମେ ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ […]

mother teresa

Rakesh Mallick
  • Published: Thursday, 01 September 2016
  • , Updated: 01 September 2016, 10:33 PM IST

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ମଦର ଟେରେସାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ। ଆଜି କଟକ-ଭୁବନେଶ୍ୱର ଆର୍କବିଶୋପଙ୍କ ଅଫିସ୍‌ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି।

ଓଡ଼ିଶା କ୍ୟାଥୋଲିକ୍ ବିଶୋପ ପରିଷଦ (ଓସିବିସି) ପକ୍ଷରୁ କରାଯାଇଥିବା ଅନୁରୋଧ କ୍ରମେ ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରିବାକୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ମଦର ଟେରେସା ୧୯୭୪ରେ ଭୁବନେଶ୍ୱର ଆସିଥିଲେ ଓ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ରାଜ୍ୟପାଳ ଆକବର ଅଲ୍ଲୀ ଖାନ୍‌ଙ୍କୁ ଭେଟିଥିଲେ। ତା’ପରେ ସେ ଏକାଧିକ ଥର ଓଡ଼ିଶା ଆସିଥିଲେ।

Related story