କଟକ ଫାଇନାନ୍ସ କମ୍ପାନୀରୁ ଲୁଟି ନେଲେ କୋଟି କୋଟି ଟଙ୍କା

କଟକ(ଓଡ଼ିଶା ରିପୋର୍ଟର): କଟକରେ ଦିନ ଦ୍ୱିପହରେ ବଡ଼ ଧରଣର ଡକାୟତି ହୋଇଛି। ନୟାସଡ଼କରେ ଥିବା ଏକ IIFL ଫାଇନାନ୍ସ କମ୍ପାନୀରୁ ଏହି ଲୁଟ୍ ହୋଇଛି। ମାରଣାସ୍ତ୍ର ଦେଖାଇ ୪ ଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କାରୁ ଅଧିକ ହେବ ଜଣାପଡ଼ିଛି। ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ, ଆଜି ୪ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଫାଇନାନ୍ସ କମ୍ପାନୀ […]

bank

Ranjit Kumar Jena
  • Published: Thursday, 19 November 2020
  • , Updated: 19 November 2020, 01:21 PM IST

କଟକ(ଓଡ଼ିଶା ରିପୋର୍ଟର): କଟକରେ ଦିନ ଦ୍ୱିପହରେ ବଡ଼ ଧରଣର ଡକାୟତି ହୋଇଛି। ନୟାସଡ଼କରେ ଥିବା ଏକ IIFL ଫାଇନାନ୍ସ କମ୍ପାନୀରୁ ଏହି ଲୁଟ୍ ହୋଇଛି। ମାରଣାସ୍ତ୍ର ଦେଖାଇ ୪ ଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କାରୁ ଅଧିକ ହେବ ଜଣାପଡ଼ିଛି। ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଆଜି ୪ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଫାଇନାନ୍ସ କମ୍ପାନୀ ଭିତରେ ପଶି କର୍ମଚାରୀଙ୍କୁ ଭୟଭୀତ କରି ଲୁଟ୍ କରିଥିଲେ। ଖବର ପାଇ କଟକ ଡିସିପି ଘଟଣାସ୍ଥଳରେ ପହଁଚି ମାମଲାର ତଦନ୍ତ ଚଳାଇଛନ୍ତି।

ତେବେ ଡକାୟତମାନେ କେତେ ଟଙ୍କା ଓ ସୁନା ଗହଣା ଲୁଟ କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ। ସିସିଟିଭି ଫୁଟେଜ ଆଧାରରେ ପୁଲିସ ୪ ଡକାୟତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।

Related story