ଏୟାରପୋର୍ଟ ରାସ୍ତାରେ ମାତିଛନ୍ତି ପ୍ରେମୀଯୁଗଳ, ଦେଖନ୍ତୁ କିଛି ଦୃଶ୍ୟ

ଭୁବନେଶ୍ୱର,(ଓଡ଼ିଶାରିପୋର୍ଟର):ସନ୍ଧ୍ୟା ନଇଁ ଆସିବାମାତ୍ରେ ଜମୁଛି ମେଳି । ରାସ୍ତାସାରା ମାଳ ମାଳ ବାଇକ୍‌। ମାଳ ମାଳ ପ୍ରେମୀ ଯୁଗଳ । ଚାଲୁଛି ଖୋଲମା ଖୋଲା ରୋମାନ୍ସ। କିଏ ମୁହଁକୁ ମୁହଁ ଯୋଡ଼ି ବସିଥାଏ ତ’ ଆଉ କିଏ କାହା ବାହୁବନ୍ଧନରେ ଛନ୍ଦି ହୋଇଥାଏ। ଆଉ କେହି ବାଇକ ପାଖରେ ଲୁଚି ଲୁଚି ପ୍ରେମ କରିଥାନ୍ତି । ବାଟଘାଟର ଲୋକଙ୍କୁ କାହାକୁ ବି ଖାତିର ନଥାଏ। ପ୍ରେମାଳପ, ଚୁମାଦିଆନିଆ ଏମିତି ଅନେକ କିଛି ଚାଲେ। ଅନ୍ଧାର ଯେତିକି ହୁଏ ଅନ୍ତରଙ୍ଗ ସେତିକି ବଢେ । ଇଏ ଦୃଶ୍ୟ କୌଣସି ସାଧାରଣ ରାସ୍ତାର ନୁଁହ ଭିଆଇପି ରାସ୍ତାରେ ଘଟୁଛି।

ଭୁବନେଶ୍ୱର ଏୟାରପୋର୍ଟ ରାସ୍ତାର ପ୍ରତିଦିନ ସନ୍ଧ୍ୟା ହେଲେ ପ୍ରେମିକ ପ୍ରେମିକାଙ୍କ ଏମିତି ଗହଳି ଜମୁଛି। ଯେମିତି ଶୀତ ଆସିଲେ ବିଦେଶୀ ପକ୍ଷୀ ଚିଲିକା ମୁହାଁ ହୁଅନ୍ତି ଠିକ୍‌ ସେମିତି ଟିକେ ଅନ୍ଧାର ହୋଇଗଲା ମାତ୍ରେ ଏଠାକୁ ଉଡ଼ିଆସୁଛନ୍ତି ପ୍ରେମପକ୍ଷୀ। ବେଳେ ବେଳେ ଏମାନଙ୍କ ଯୁଗଳମୂର୍ତ୍ତିର ଦୃଶ୍ୟ ସବୁସୀମା ଙ୍ଘିଯାଏ। କୌଣସି ବି-ଗ୍ରେଡ ସିନେମାର ଆପତ୍ତିଜନକ ଦୃଶ୍ୟଠାରୁ କମ୍‌ ନଥାଏ ଏମାନଙ୍କ ଅଲିଙ୍ଗନର ଦୃଶ୍ୟ। ତେବେ ସର୍ବସାଧାରଣରେ ଏମିତି ଦୃଶ୍ୟ ଅସ୍ୱାଭାବିକ୍ ଲାଗୁଥିଲେ ମଧ୍ୟ ପୋଲିସ କିଛି ପଦକ୍ଷେପ ନେଉନି। ପୋଲିସ ସବୁ ଦେଖୁଛି ହେଲେ କିଛି ପଦକ୍ଷେପ ନେଉନି।