ରୋଜଭ୍ୟାଲି ଚିଟ୍ ଫଣ୍ଡ ଠକେଇ: ନୂଆପଡାରେ ସିବିଆଇର ୨ ଜଣିଆ ଟିମ୍

ନୂଆପଡା: ଚିଟ୍ ଫଣ୍ଡ ଠକେଇ ମାମଲାରେ ପୁଣି ଏକ ଚଢଉ ହୋଇଛି। ରୋଜଭ୍ୟାଲି ଚିଟ୍ ଫଣ୍ଡ ଠକେଇ ମାମଲାର ତଦନ୍ତ ପାଇଁ ନୂଆପଡ଼ାରେ ସିବିଆଇ ଟିମ୍ ପହଞ୍ଚିଛି। ଆଜି ସକାଳୁ ନୂଆପଡ଼ା ଥାନାରେ ସିବିଆଇର ୨ ଜଣିଆ ଟିମ ପହଞ୍ଚି ଏହି ଚିଟ ଫଣ୍ଡ ଠକେଇ ମାମଲା ସମ୍ପର୍କିତ କାଗଜପତ୍ର ଯାଞ୍ଚ କରୁଛି। ନୂଆପଡ଼ାରେ ରୋଜଭ୍ୟାଲି କମ୍ପାନୀର ଠକେଇ ଅଭିଯୋଗ ଆସିବାପରେ କମ୍ପାନୀର ଏସବୁ କାଗଜପତ୍ରକୁ ପୋଲିସ ଜବତ କରିଥିଲା। ୨୦୧୩-୧୪ରେ ନୂଆପଡା ଅଞ୍ଚଳରେ କମ୍ପାନୀ ଜମାକାରୀଙ୍କଠାରୁ […]

nuapada

Rakesh Mallick
  • Published: Saturday, 11 July 2015
  • , Updated: 11 July 2015, 08:25 AM IST

ନୂଆପଡା: ଚିଟ୍ ଫଣ୍ଡ ଠକେଇ ମାମଲାରେ ପୁଣି ଏକ ଚଢଉ ହୋଇଛି। ରୋଜଭ୍ୟାଲି ଚିଟ୍ ଫଣ୍ଡ ଠକେଇ ମାମଲାର ତଦନ୍ତ ପାଇଁ ନୂଆପଡ଼ାରେ ସିବିଆଇ ଟିମ୍ ପହଞ୍ଚିଛି। ଆଜି ସକାଳୁ ନୂଆପଡ଼ା ଥାନାରେ ସିବିଆଇର ୨ ଜଣିଆ ଟିମ ପହଞ୍ଚି ଏହି ଚିଟ ଫଣ୍ଡ ଠକେଇ ମାମଲା ସମ୍ପର୍କିତ କାଗଜପତ୍ର ଯାଞ୍ଚ କରୁଛି। ନୂଆପଡ଼ାରେ ରୋଜଭ୍ୟାଲି କମ୍ପାନୀର ଠକେଇ ଅଭିଯୋଗ ଆସିବାପରେ କମ୍ପାନୀର ଏସବୁ କାଗଜପତ୍ରକୁ ପୋଲିସ ଜବତ କରିଥିଲା। ୨୦୧୩-୧୪ରେ ନୂଆପଡା ଅଞ୍ଚଳରେ କମ୍ପାନୀ ଜମାକାରୀଙ୍କଠାରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା।

Related story