ଜୟପୁର: ଚିଟଫଣ୍ଡ କଂପାନୀ ରୋଜଭାଲି ଠକେଇର ତଦନ୍ତ ପାଇଁ ଜୟପୁରରେ ପହଞ୍ଚିଛି ଦୁଇ ଜଣିଆ ସିବିଆଇ ଟିମ୍। ଟାଉନ ଥାନାରେ ପହଞ୍ଚି ଏହି ଟିମ୍ ଜମାକାରୀଙ୍କ ସମ୍ପର୍କରେ ତଥ୍ୟ ନେବା ସହ ଜମାକାରୀ ଓ ଏଜେଣ୍ଟଙ୍କୁ ଡାକି କଂପାନୀର କାରବାର, କେଉଁ ସ୍କିମରେ କେତେ ଟଙ୍କା ଜୟପୁର ତଥା କୋରାପୁଟ ଜିଲ୍ଲାରେ ଜମା ହୋଇଛି ସେ ନେଇ ପଚରା ଉଚୁରା କରିଥିଲେ। ଏହି ଟିମରେ ଅଛନ୍ତି ଇନସପେକ୍ଟର ରିବି ଘୋଷାଲ ଓ ଆଉ ଜଣେ ସହଯୋଗୀ । ଜୟରପୁରର ପ୍ରଦୀପ କୁମାର ରାଉତଙ୍କ ଅଭିଯୋଗକ୍ରମେ ପୋଲିସ ଗତ ମେ ୧୫, ୨୦୧୩ରେ ରୋଜଭାଲି ଅଫିସ୍ ଉପରେ ଚଢାଉ କରିବା ସହ କାଗଜପତ୍ର ଜବତ କରିଥିଲା ।