କଟକରେ ଖୋଲିଲା ‘ରୋଟି ବ୍ୟାଙ୍କ’

କଟକ (ଓଡ଼ିଶା ରିପୋର୍ଟର): ଗରିବ, ଅସହାୟ ଓ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଯୋଗାଇ ଦିଆଯିବ ପୃଷ୍ଟିକର ଖାଦ୍ୟ। ସେଥିପାଇଁ କଟକ ସହରରେ ଖୋଲି ‘ରୋଟି ବ୍ୟାଙ୍କ’। କଟକରେ ଆରମ୍ଭ ହୋଇଥିବା ‘ରୁଟି ବ୍ୟାଙ୍କ’ ପାଇଁ ମୁମ୍ବାଇର ରୋଟି ବ୍ୟାଙ୍କ ସହାୟତା ଯୋଗାଇ ଦେଇଛି। ଏଥିସହ ଓଡ଼ିଶାର ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ବିନୋଦ ଦାସ, ପୂର୍ବତନ ଓ ପିଏସ୍‌ସି ଅଧ୍ୟକ୍ଷ ସତ୍ୟକାମ ମିଶ୍ର, ରୁଚି ଉଦ୍ୟୋଗ ମୁଖ୍ୟ ଶରତ ଚନ୍ଦ୍ର ସାହୁଙ୍କ ଭଳି କଟକର […]

Roti-Bank

Manoranjan Sial
  • Published: Monday, 03 January 2022
  • , Updated: 03 January 2022, 06:25 PM IST

କଟକ (ଓଡ଼ିଶା ରିପୋର୍ଟର): ଗରିବ, ଅସହାୟ ଓ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଯୋଗାଇ ଦିଆଯିବ ପୃଷ୍ଟିକର ଖାଦ୍ୟ। ସେଥିପାଇଁ କଟକ ସହରରେ ଖୋଲି ‘ରୋଟି ବ୍ୟାଙ୍କ’। କଟକରେ ଆରମ୍ଭ ହୋଇଥିବା ‘ରୁଟି ବ୍ୟାଙ୍କ’ ପାଇଁ ମୁମ୍ବାଇର ରୋଟି ବ୍ୟାଙ୍କ ସହାୟତା ଯୋଗାଇ ଦେଇଛି।

ଏଥିସହ ଓଡ଼ିଶାର ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ବିନୋଦ ଦାସ, ପୂର୍ବତନ ଓ ପିଏସ୍‌ସି ଅଧ୍ୟକ୍ଷ ସତ୍ୟକାମ ମିଶ୍ର, ରୁଚି ଉଦ୍ୟୋଗ ମୁଖ୍ୟ ଶରତ ଚନ୍ଦ୍ର ସାହୁଙ୍କ ଭଳି କଟକର ବହୁ ବରିଷ୍ଠ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହାୟତାରେ ଏହି ରୁଟି ବ୍ୟାଙ୍କ ଆରମ୍ଭ ହୋଇଛି। ଗରିବ ଲୋକମାନଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଣ ଦେବା ଉଦ୍ଦେଶ୍ୟରେ ‘ରୁଟି ବ୍ୟାଙ୍କ’ ଆରମ୍ଭ କରାଯାଇଛି।

କଟକରେ ଆସ୍ଥା ଆଲୋକ ଟ୍ରଷ୍ଟର ବ୍ୟାନର ତଳେ ‘ରୁଟି ବ୍ୟାଙ୍କ’ କାମ କରିବ। ପ୍ରାଥମିକ ପର୍ଯ୍ୟାୟରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ସହ ଶିଶୁ ଭବନ ଭଳି କିଛି ହସ୍ପିଟାଲରେ ଏହି ସେବା ଆରମ୍ଭ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହାସହ ଭୋକି କିମ୍ବା ହୋଟେଲରେ ବଳକା ଖାଦ୍ୟ ସଂଗ୍ରହ କରି ଲୋକଙ୍କୁ ସ୍ୱାସ୍ଥ୍ୟକର ଢଙ୍ଗରେ ବିତରଣ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

 

Related story