ଛାତ୍ରାବାସରେ ଗୋଷ୍ଠୀ ସଂଘର୍ଷ ଘଟଣା: ସୁପରିଟେଣ୍ଡଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ସରକାରୀ ମହାବିଦ୍ୟାଳୟର ଛାତ୍ରାବାସରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ହଷ୍ଟେଲର ସୁପରିଟେଣ୍ଡଙ୍କୁ ଛାତ୍ରମାନେ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଫଳରେ ଛାତ୍ରାବାସର ୨୩୦ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡିବା ପାଇଁ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ଦୂରଦୂରାନ୍ତରୁ ଛାତ୍ରମାନେ ଆସି ହଷ୍ଟେଲରେ ରହୁଥିବା ବେଳେ ହଷ୍ଟେଲ ହଠାତ୍ ଖାଲି କରିବାରୁ ଛାତ୍ରମାନେ ଅସୁବିଧା ଭୋଗୁଛନ୍ତି ବୋଲି କହିଛନ୍ତି। ସେପଟେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ହଷ୍ଟେଲ ବନ୍ଦ କରି ଦିଆଯାଇଥିବା କଲେଜ ଅଧ୍ୟକ୍ଷ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।