JEE Advanced Result: ସମର୍ଥ ଅଗ୍ରୱାଲ ଓଡ଼ିଶା ଟପ୍ପର

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ଗତକାଲି ପ୍ରକାଶ ପାଇଥିବା JEE Advanced ପରୀକ୍ଷାରେ ଓଡ଼ିଶାର ୩ ଜଣ ୧୦୦ ତମ ରାଙ୍କ ଭିତରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ  ରାଉରକେଲାର ସମର୍ଥ ଅଗ୍ରୱାଲ ସର୍ବଭାରତୀୟ ରାଙ୍କରେ ୨୫ତମ ସ୍ଥାନରେ ରହିଛନ୍ତି। ଏଥିସହ ସେ  ଓଡ଼ିଶା ଟପ୍ପର ହେବାର ସୌଭାଗ୍ୟ ହାସଲ କରିଛନ୍ତି। ପରୀକ୍ଷା ନିମନ୍ତେ ଖୁବ୍‌ ପରିଶ୍ରମ କରିଥିବା ବେଳେ ପରୀକ୍ଷା ଭଲ ମଧ୍ୟ ହୋଇଥିଲା ବୋଲି କହିଛନ୍ତି ସମର୍ଥ। ତେବେ ୨୫ତମ ରାଙ୍କରେ ରହିବେ ବୋଲି ଭାବି ନ ଥିବା ଏକ […]

jee

Tapaswini Nayak
  • Published: Tuesday, 06 October 2020
  • , Updated: 06 October 2020, 02:29 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ଗତକାଲି ପ୍ରକାଶ ପାଇଥିବା JEE Advanced ପରୀକ୍ଷାରେ ଓଡ଼ିଶାର ୩ ଜଣ ୧୦୦ ତମ ରାଙ୍କ ଭିତରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ  ରାଉରକେଲାର ସମର୍ଥ ଅଗ୍ରୱାଲ ସର୍ବଭାରତୀୟ ରାଙ୍କରେ ୨୫ତମ ସ୍ଥାନରେ ରହିଛନ୍ତି। ଏଥିସହ ସେ  ଓଡ଼ିଶା ଟପ୍ପର ହେବାର ସୌଭାଗ୍ୟ ହାସଲ କରିଛନ୍ତି।

ପରୀକ୍ଷା ନିମନ୍ତେ ଖୁବ୍‌ ପରିଶ୍ରମ କରିଥିବା ବେଳେ ପରୀକ୍ଷା ଭଲ ମଧ୍ୟ ହୋଇଥିଲା ବୋଲି କହିଛନ୍ତି ସମର୍ଥ। ତେବେ ୨୫ତମ ରାଙ୍କରେ ରହିବେ ବୋଲି ଭାବି ନ ଥିବା ଏକ ସାକ୍ଷାତକାରରେ କହିଛନ୍ତି।

ସମର୍ଥଙ୍କ ବ୍ୟତୀତ ବଲାଙ୍ଗିର ଜିଲ୍ଲା  କଣ୍ଟାବାଞ୍ଜିର ଦୁଇ ଭାଇ ମଧ୍ୟ JEE Advanced ପରୀକ୍ଷାରେ ରେକର୍ଡ କରିଛନ୍ତି। ବଡ଼ ଭାଇ ରୌନକ ଡାଲମିୟା ସର୍ବ ଭାରତୀୟ ସ୍ତରରେ ୫୨ତମ ରାଙ୍କ ହାସଲ କରିଥିବାବେଳେ ସାନ ଭାଇ ମନ୍ଥନ ଡାଲମିୟା ୧୦୦ତମ ରାଙ୍କ ହାସଲ କରିଛନ୍ତି।ଦୁଇ ଭାଇଙ୍କ ସଫଳତା ପାଇଁ ପରିବାରର ଖୁସି କହିଲେ ନ ସରେ।

ରୌହନ ଏବଂ ମନ୍ଥନଙ୍କ କହିବା ଅନୁସାରେ ବିନା କୌଣସି ଟିୟୁସନ ବା କୋଚିଂରେ ସେମାନେ ଏହି ସଫଳତା ପାଇଛନ୍ତି। ଲକଡାଉନ୍‌ ଯୋଗୁଁ ବାହାରକୁ ଯାଇ ହେଉନଥିବାରୁ ଦୁହେଁ ପଢ଼ାପଢ଼ିକୁ ଗୁରୁତ୍ୱ ଦେଇଥିଲେ ବୋଲି କହିଛନ୍ତି। ଆଗକୁ ଜଣେ ବୈଜ୍ଞାନିକ ହେବାର ସ୍ୱପ୍ନ ରଖିଥିବା ବେଳେ ଅନ୍ୟ ଭାଇ କମ୍ପୁଟର ବିଜ୍ଞାନ ପଢ଼ିବାକୁ ଆଶା ରଖିଛନ୍ତି।

Related story