ମଉସାର ପାପ ନଜର, ଶୋଇଥିବା ଝିଆରୀକୁ ଦୁଷ୍କର୍ମ ଉଦ୍ୟମ!

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ମଉସାର ପାପ ନଜର। ଶୋଇଥିବା ଅବସ୍ଥାରେ ବାପା-ମାଆ ଛେଉଣ୍ଡ ଅନାଥ ଝିଆରୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମାତ୍ର ଏହାର ପ୍ରତିବାଦ କରିବାରୁ ଛୁରିରେ ହତ୍ୟା କରିବା ପାଇଁ ଗୋଡ଼ାଇଥିଲା। ଏପରି ଲଜ୍ଜାଜନକ ଘଟଣା ଷ୍ଟିଲ୍‌ ସହର ରାଉରକେଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ମଉସା ଓ ମାଉସୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୩ ବର୍ଷ ତଳେ ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା […]

attampt-to-rape

attampt-to-rape

Manoranjan Sial
  • Published: Wednesday, 04 December 2019
  • Updated: 04 December 2019, 08:05 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ମଉସାର ପାପ ନଜର। ଶୋଇଥିବା ଅବସ୍ଥାରେ ବାପା-ମାଆ ଛେଉଣ୍ଡ ଅନାଥ ଝିଆରୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମାତ୍ର ଏହାର ପ୍ରତିବାଦ କରିବାରୁ ଛୁରିରେ ହତ୍ୟା କରିବା ପାଇଁ ଗୋଡ଼ାଇଥିଲା। ଏପରି ଲଜ୍ଜାଜନକ ଘଟଣା ଷ୍ଟିଲ୍‌ ସହର ରାଉରକେଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ମଉସା ଓ ମାଉସୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

୩ ବର୍ଷ ତଳେ ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚର ନାବାଳିକା ମଙ୍ଗୁଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ଆଉ ବର୍ଷେ ତଳେ ମାଆଙ୍କ ମୃତ୍ୟୁ ପରେ ଅନାଥ ହୋଇଯାଇଥିଲେ ମଙ୍ଗୁ। ସେଥିପାଇଁ ତାଙ୍କ ପାଖରେ ମଉସା ଓ ମାଉସୀ ଆସି ରହୁଥିଲେ। ବାପା-ମାଆଙ୍କ ମୃତ୍ୟୁ ପରେ ପାଠ ପଢ଼ା ଛାଡ଼ି ଘରେ ରହୁଥିଲେ ମଙ୍ଗୁ।

ଗତକାଲି ପୂର୍ବାହ୍ନ ୧୧ଟା ବେଳେ ମଙ୍ଗୁ ଘରେ ଶୋଇଥିଲେ। ଏହି ସମୟରେ ତାଙ୍କ ମଉସା ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ଆଉ ଶୋଇଥିବା ଅବସ୍ଥାରେ ଝିଆରି ଶରୀରକୁ ସ୍ପର୍ଶ କରିଥିଲେ। ଏପରିକି ଟଣାଓଟରା କରିଥିଲେ। ମାତ୍ର ଏହାକୁ ମଙ୍ଗୁ ବିରୋଧ କରିଥିଲେ। କିନ୍ତୁ ନିଶାରେ ଥିବା ମଉସା ଜବରଦସ୍ତି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ତାଙ୍କ ଡ୍ରେସ୍‌ ଚିରି ଦେଇଥିଲେ।

ଜୀବନ ବିକଳରେ ମଙ୍ଗୁ ମାଉସୀଙ୍କ ପାଖକୁ ଦୌଡ଼ି ଯାଇଥିଲେ। ମଙ୍ଗୁ ପୂରା ଘଟଣା କହିବା ପୂର୍ବରୁ ପରିବା କାଟୁଥିବା ମାଉସୀଙ୍କଠାରୁ ମଉସା ଛୁରି ଛଡ଼ାଇଆଣି ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଜୀବନ ବିକଳରେ ମଙ୍ଗୁ ରକ୍ତାକ୍ତ ଅବସ୍ଥାରେ ପଡ଼ୋଶୀଙ୍କ ପାଖକୁ ଚାଲି ଯାଇଥିଲେ। ପଡ଼ୋଶୀମାନେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ଆଜି ସକାଳେ ମଙ୍ଗୁ କେତେକ ମହିଳା ନେତ୍ରୀଙ୍କ ସହାୟତାରେ ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ କରିଥିଲେ। ଏକଥା ଜାଣିପାରି ଥାନାରେ ପହଞ୍ଚିଥିଲେ ମଙ୍ଗୁଙ୍କ ମଉସା ଓ ମାଉସୀ। ସେମାନେ ବିରୋଧ କରିଥିଲେ। ତେବେ ପୁଲିସ ମଙ୍ଗୁଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ମଉସା ଓ ମାଉସୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପୀଡ଼ିତାକୁ ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos