ଏନ୍‌ଆଇଟି ରେଜିଷ୍ଟ୍ରାର ନିଲମ୍ୱିତ

ଭୁବନେଶ୍ୱର: ରାଉରକେଲା ଏନ୍‌ଆଇଟି ରେଜିଷ୍ଟ୍ରାର ସନ୍ତୋଷ କୁମାର ଉପାଧ୍ୟାୟ ନିଲମ୍ୱିତ ହୋଇଛନ୍ତି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ତାଙ୍କୁ ନିଲମ୍ୱନ କରାଯାଇଛି।

ବିଓଜିର ନିୟମାବଳୀ ଅନୁସାରେ ରେଜିଷ୍ଟ୍ରାର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିବା କଥା। ହେଲେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ବେଖାତିର ଅଭିଯୋରେ ସନ୍ତୋଷଙ୍କୁ ୨୦୧୫ ମସିହାରେ ପୂର୍ବତନ ଏନ୍‌ଆଇଟି ନିର୍ଦ୍ଦେଶକ ସୁନୀଲ ଷଡଙ୍ଗୀ ନିଲମ୍ୱିତ କରିଥିଲେ। କିନ୍ତୁ ପରେ ସେ ପୁଣି ଚାକିରିରେ ଅବସ୍ଥାପିତ ହୋଇଥିଲେ।  ବିଶୃଙ୍ଖଳିତ ଆଚରଣ ପାଇଁ ଗତକାଲି ତାଙ୍କୁ ନିଲମ୍ୱିତ କରାଯାଇଛି। ମାତ୍ର ଏ ନେଇ ବର୍ତ୍ତମାନର ଏନ୍‌ଆଇଟି ନିର୍ଦ୍ଦେଶ ଅନିମେଶ ବିଶ୍ୱାସ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।