ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଲିସ କବଜାରେ ଛିନତାଇ ଗ୍ୟାଙ୍ଗର କିଙ୍ଗପିନ୍। ଦ୍ରୁତ ଗତିରେ ବୁଲେଟ ଓ ବାଇକ ଚଳାଇ ମହିଳାଙ୍କ ବେକରୁ ସୁନା ଚେନ ଓ ଭ୍ୟାନିଟ ବ୍ୟାଗ ଲୁଟ କରୁଥିବା ଏହି ଗ୍ୟାଙ୍ଗର ମୁଖ୍ୟ ଲୁଟେରା ଗିରଫ ହୋଇଛି। ରାଉରକେଲା ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ତା’ ନିକଟରୁ ପୁଲିସ ଗୋଟିଏ ବୁଲେଟ, ୧୦ଟି ମୋବାଇଲ, ଲୁଟ କରିଥିବା ବ୍ୟାଗ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ସୂଚନା ମୁତାବକ, ଲୁଟେରା ଗ୍ୟାଙ୍ଗ କିଛି ଦିନ ହେବ ସହରର ବିଭିନ୍ନ ସ୍ଥାନରେ ମହିଳାଙ୍କ ଠାରୁ ଲୁଟ କରିବା ସହ ଆତଙ୍କ ସୃଷ୍ଟି କରିଥିଲେ। ଏମାନଙ୍କୁ ଧରିବା ପାଇଁ ରାଉରକେଲା ଏସପି ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିଥିଲେ। ପରେ ସେକ୍ଟର-୭ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଶେଷରେ ଶନିବାର ରାତିରେ ଏହି ଲୁଟେରା ଗ୍ୟାଙ୍ଗର କିଙ୍ଗପିନ୍ ଧରାପଡିଥିଲା। ପୁଲିସ ତାକୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ଶ୍ରୀହରିକୋଟ୍ଟାରୁ ସେଞ୍ଚୁରି କରିବ ଇସ୍ରୋ, ଜାନୁଆରୀରେ ହେବ ଉତକ୍ଷେପଣ
ଶ୍ରୀହରିକୋଟ୍ଟାରୁ ନୂଆବର୍ଷରେ ସେଞ୍ଚୁରି କରିବ ଇସ୍ରୋ। ଚଳିତବର୍ଷର ପ୍ରଥମ ମିଶନ ହେବ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ ଇସ୍ରୋର ୧୦୦ତମ ମିଶନ।
Miscellaneous
ବାଜିଲା NTCA ଛାଟ, ଓଡ଼ିଶା ଫେରିଲା ଜିନ୍ନତ
ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଡିରେ ପାଇଲଟିଂ କରି ଜିନ୍ନତକୁ ଓଡ଼ିଶା ଅଣାଯାଇଛି । ଓଡ଼ିଶାରେ ପହଞ୍ଚିବା ପରେ ଜିନ୍ନତକୁ ଶିମିଳିପାଳ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି ।
Events & Festivals
ନୂଆବର୍ଷରେ କାଳିଆକୁ ଦେଖିବାକୁ ମନ ଉଛନ, ବଡ଼ଦାଣ୍ଡ ହେଲା ଜନସମୁଦ୍ର
ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।
Crime
ଜିରୋ ନାଇଟ୍ ସେଲିବ୍ରେଶନ ବେଳେ ଛୁରା ମାଡ଼; ୪ ଗୁରୁତର
ଧୁମଧାମରେ ଚାଲିଥିଲା ଜିରୋ ନାଇଟ୍ ସେଲିବ୍ରେଶନ । ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼ । ଏପରି ମରଣାତ୍ମକ ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି।
Accident
ପିକନିକ୍ ଯିବା ବେଳେ ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା, ୬ ଗୁରୁତର
ନୂଆ ବର୍ଷ ପିକନିକ୍ ପାଇଁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଏକ ବୋଲେରୋ ଏବଂ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି।