ଷ୍ଟିଲ ପ୍ଲାଣ୍ଟର ୨ ଅଧିକାରୀଙ୍କ ଘରେ ସିବିଆଇ ଚଢାଉ

ରାଉରକେଲା: ୪ ବର୍ଷ ପୂର୍ବେ ବିଦ୍ୟୁତ ସାମଗ୍ରୀ ଯୋଗାଣରେ ଜଣେ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କାର ଅନିୟମିତତା କରିଥିବା ଅଭିଯୋଗରେ ଷ୍ଟିଲ ପ୍ଲାଣ୍ଟର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଆଜି ସିବିଆଇ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏ ଦୁଇ ଅଧିକାରୀ ହେଲେ ଆରଏସ୍‌ପି କୋକ୍‌ ଓଭେନ ବିଭାଗର ଉପ ମହାପ୍ରବନ୍ଧକ ହରେକୃଷ୍ଣ ବେହେରା ଏବଂ ଉପ ମହାପ୍ରବନ୍ଧକ ଏ.କେ. କର୍ମକର। ସିବିଆଇର ୬ଜଣିଆ ଟିମ୍‌ ସେକ୍ଟର ୪ ସ୍ଥିତ […]

cbi office bbsr

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 06:08 PM IST

ରାଉରକେଲା: ୪ ବର୍ଷ ପୂର୍ବେ ବିଦ୍ୟୁତ ସାମଗ୍ରୀ ଯୋଗାଣରେ ଜଣେ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କାର ଅନିୟମିତତା କରିଥିବା ଅଭିଯୋଗରେ ଷ୍ଟିଲ ପ୍ଲାଣ୍ଟର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଆଜି ସିବିଆଇ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏ ଦୁଇ ଅଧିକାରୀ ହେଲେ ଆରଏସ୍‌ପି କୋକ୍‌ ଓଭେନ ବିଭାଗର ଉପ ମହାପ୍ରବନ୍ଧକ ହରେକୃଷ୍ଣ ବେହେରା ଏବଂ ଉପ ମହାପ୍ରବନ୍ଧକ ଏ.କେ. କର୍ମକର।

ସିବିଆଇର ୬ଜଣିଆ ଟିମ୍‌ ସେକ୍ଟର ୪ ସ୍ଥିତ ହରେକୃଷ୍ଣଙ୍କ ସି-୧୬ ଆରଏସ୍‌ପି କ୍ୱାର୍ଟର୍ସ ଏବଂ କର୍ମକରଙ୍କ ସେକ୍ଟର ୨୦ ସ୍ଥିତ ବି-୧୭୨ କ୍ୱାର୍ଟର୍ସରେ ଚଢାଉ କରିଥିଲେ। ଏହାସହ ସିବିଆଇ ଅଧିକାରୀମାନେ ଉଭୟଙ୍କୁ ସାଙ୍ଗରେ ନେଇ ସେମାନଙ୍କ ଆରଏସ୍‌ପି କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିଛନ୍ତି।

ସିବିଆଇ ଅଧିକାରୀମାନେ ଜଣେ ବ୍ୟବସାୟୀଙ୍କ ସିଭିଲ୍‌ ଟାଉନ୍‌ସିପ୍‌ ବାସଭବନରେ ମଧ୍ୟ ଚଢାଉ କରିଛନ୍ତି।

Related story