ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଭିତରେ ଫସି ରହିଥିବା ୫ ଜଣ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ, ପୋଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଗତ ୩ ତାରିଖରେ ବର୍ଜ୍ୟବସ୍ତୁ ନିଷ୍କାସନ ଟନେଲ ଦେଇ ଉଦିତନଗର ଶୀତଳପଡ଼ାର ୯ ଜଣ ଯୁବକ ପ୍ଲାଣ୍ଟ ଭିତରକୁ ଚୋରି କରିବା ପାଇଁ ପଶିଥିଲେ।</p> <p>ସେମାନଙ୍କ ମଧ୍ୟରୁ ୫ ଜଣ ବାହାରି ଆସିଥିଲା ବେଳେ ୪ଜଣ ଟନେଲ ଭିତର ଫସି ଯାଇଥିଲେ। ଏହାପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦୁଇ ଜଣ ଯୁବକ ଅଣ୍ଟାରେ ଦଉଡ଼ି ବାନ୍ଧି ନାଳ ଭିତରକୁ ପଶିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ନାଳ ଭିତରେ ଫସି ଯିବାରୁ ତାଙ୍କୁ ବାହାରେ ଥିବା ଲୋକ ଉଦ୍ଧାର କରିଥିଲେ । ଏପର୍ଯ୍ୟନ୍ତ ନିଖୋଜ ଥିବା ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନକୁ ଗୁହାରୀ କରିଛନ୍ତି ଫସି ରହିଥିବା ଯୁବକଙ୍କ ପରିବାର ଲୋକେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।