ମୋଠାରୁ ୧୦୦୦ ଟଙ୍କା ନେଲ, ତାକୁ କାହିଁକି ଛାଡ଼ିଲ

ରାଉରକେଲା(ପୱନ ତିୱାରୀ): ଟ୍ରାଫିକ ଯାଞ୍ଚ କୋହଳ ନେଇ ସରକାର ଦେଇଥିବା ସମୟ ସୀମା ଫେବୃୟାରୀ ୨୯ ତାରିଖ ରେ ଶେଷ ହେବାକୁ ଯାଉଛି । ତେବେ ଆଜି ରାଉରକେଲାରେ ପୁଲିସ ପକ୍ଷରୁ ହେଲମେଟ ଚେକିଂ କରାଯାଇଥିଲା। ଯେଉଁମାନେ ହେଲମେଟ ପିନ୍ଧି ନ ଥିଲେ ସେମାନଙ୍କ ଠାରୁ ପୁଲିସ ଫାଇନ ଆଦାୟ କରିଛି। ତେବେ ହେଲମେଟ ଚେକିଂ ମାମଲାରେ ଆଜି ଜଣେ ମହିଳା ଫସିଯାଇଥିଲେ। ଧରାପଡ଼ିବା ପରେ ସମ୍ପୃକ୍ତ ମହିଳା ଜଣକ ପାତରଅନ୍ତରର ଅଭିଯୋଗ ଆଣିଥିଲେ। କହିଥିଲେ ମୁଁ […]

bb

Tapas Behera
  • Published: Wednesday, 26 February 2020
  • , Updated: 26 February 2020, 05:43 PM IST

ରାଉରକେଲା(ପୱନ ତିୱାରୀ): ଟ୍ରାଫିକ ଯାଞ୍ଚ କୋହଳ ନେଇ ସରକାର ଦେଇଥିବା ସମୟ ସୀମା ଫେବୃୟାରୀ ୨୯ ତାରିଖ ରେ ଶେଷ ହେବାକୁ ଯାଉଛି । ତେବେ ଆଜି ରାଉରକେଲାରେ ପୁଲିସ ପକ୍ଷରୁ ହେଲମେଟ ଚେକିଂ କରାଯାଇଥିଲା। ଯେଉଁମାନେ ହେଲମେଟ ପିନ୍ଧି ନ ଥିଲେ ସେମାନଙ୍କ ଠାରୁ ପୁଲିସ ଫାଇନ ଆଦାୟ କରିଛି। ତେବେ ହେଲମେଟ ଚେକିଂ ମାମଲାରେ ଆଜି ଜଣେ ମହିଳା ଫସିଯାଇଥିଲେ। ଧରାପଡ଼ିବା ପରେ ସମ୍ପୃକ୍ତ ମହିଳା ଜଣକ ପାତରଅନ୍ତରର ଅଭିଯୋଗ ଆଣିଥିଲେ। କହିଥିଲେ ମୁଁ ହେଲମେଟ ପିନ୍ଧି ନଥିବାରୁ ମତେ ୧୦୦୦ ଟଙ୍କା ଫାଇନ୍‌ କଲେ।

ହେଲେ ସେଇ ବାଟରେ ଆଉ ଜଣେ ହେଲମେଟ ପିନ୍ଧି ନଥିଲେ। ତାଙ୍କୁ ଧରିଲେ। ହେଲେ ନିଜ ନିଜ ଭିତରେ କଣ କଥା ହେଲେ ଯେ, ତାଙ୍କୁ ପୁଲିସ ବାବୁ ଛାଡ଼ିଦେଲେ। ପୁଲିସ ମୁହଁ ଦେଖାଦେଖି କାମ କରୁଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଏମିତି ହେଉଛି ଟ୍ରାଫିକ୍‌ ଫାଇନ ଆଦାୟ। ମୁଁ ଏସପିଙ୍କ ପାଖକୁ ଯିବି। ମୁଁ ଜମାରୁ ଫାଇନ୍‌ ଦେବିବିନି ବୋଲି କହିଥିଲେ।

https://youtu.be/vwcnGsQfW9k

Related story